ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସାର୍ବଜନୀନ ସର୍ବଦଳୀୟ ପ୍ରାର୍ଥନା ସଭା ଅଟଳଜୀ ମହାବାତ୍ୟା ପରେ ଓଡିଶା ପାଇଁ ସାହାଯ୍ୟ ଓଜାଡି ଦେଇଥିଲେ -ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୪ ଅଗଷ୍ଟ (ଓଡ଼ିଆ ପୁଅ)-ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଜଣେ ବିଶ୍ୱସ୍ତରୀୟ ନେତାଥିଲେ। ଏହି ମହାନ ଆତ୍ମାଙ୍କୁ ଜଗନ୍ନାଥ ଭୂମି, ଓଡିଆ ଜାତି ଆଜି ଶ୍ରଦ୍ଧାଞ୍ଜଳି ଜଣାଇଲା। ଏହି ସଭାରେ ମୁଁ ଯୋଗଦାନ କରିଥିବାରୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ସାର୍ବଜନୀନ ସର୍ବଦଳୀୟ ପ୍ରାର୍ଥନା ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଓଡିଶାରେ ମହାବାତ୍ୟା ପରେ ଓଡିଶା ପାଇଁ ଅର୍ଥର ଅଭାବ ରହିବନାହିଁ ବୋଲି କ୍ରାନ୍ତିକାରୀ ମନ୍ତବ୍ୟ ଦେଇଥିଲେ। ଓଡିଶାର ପୁନର୍ନିମାଣ ପାଇଁ ସେ ଅର୍ଥର ଅଭାବ ରଖି ନ ଥିଲେ। ଏହି ସମୟରେ ସେ ସାତ ଲକ୍ଷ ଇନ୍ଦିରା ଆବାସ ଓଡିଶାରେ ପହଂଚାଇଥିଲେ।

ସ୍ୱାଧୀନତା ପରେ ରାଜ୍ୟରେ ମାତ୍ର ୧୬୦୦ କିଲୋମିଟର ଜାତୀୟ ରାଜପଥ ହୋଇଥିବା ବେଳେ ତାଙ୍କ ସମୟରେ ଆଉ ୧୬୦୦ କିଲୋମିଟର ଜାତୀୟ ରାଜପଥ ଓଡିଶାରେ ହୋଇଥିଲା। ତତକାଳୀନ ପିଡବ୍ଲୁଡି ମନ୍ତ୍ରୀ ସ୍ୱର୍ଗତ ନଳିନୀ ମହାନ୍ତି ସେ ସମୟରେ କହିଥିଲେ ଓଡିଶା ପାଇଁ କୌଣସି ପ୍ରଧାନମନ୍ତ୍ରୀ ଏପରି କାମ କରିନଥିଲେ। ସେ କଳାହାଣ୍ଡିର ମରୁଡି ପରିସ୍ଥିତି ପଡିଥିବା ବେଳେ ସେ ସେ ଅଂଚଳକୁ ଆସି ବୁଲିଥିଲେ। ସେ ବିରୋଧୀଦଳ ନେତା ଥାଆନ୍ତୁ ଅବା ପ୍ରଧାନମନ୍ତ୍ରୀ ଥାଆନ୍ତୁ ସେ ଓଡିଶା ପାଇଁ ବହୁସମୟ ଦେଇଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ, ପଣ୍ଡିତ ନେହୁରଙ୍କ ପରେ ଅଟଳଜୀ ବିଶ୍ୱସ୍ତରୀୟ ନେତା ଭାବେ ପରିଗଣିତ। ଦେଶ ସ୍ୱାଧୀନତା ହେବାପରେ ଭାରତର ସବୁଠାରୁ ବଡ ସମସ୍ୟା କାଶ୍ମରୀ। ଏହି ସମସ୍ୟା ଜନମାନସକୁ ପ୍ରଭାବିତ କରିଛି। ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୂର୍ଖାଜୀଙ୍କ ଏଠାରେ ବଳିଦାନ ହୋଇଛି। ତାଙ୍କ ସହ ଅଟଳଜୀ ସେଠାରେ କାମ କରିଥିଲେ। କାଶ୍ମରୀକୁ ଯଦି କେହି ଜନନେତା ବୁଝିଥିଲେ ସେ ଥିଲେ ଅଟଳବିହାରୀ ବାଜପେୟୀ। ସେଥିପାଇଁ ସର୍ବଦଳୀୟ ସ୍ମୁତିସଭାରେ ୩ଜଣ ବ୍ୟକ୍ତିତ୍ୱ ଗୁଲାମନବୀ ଆଜାଦ, ଫାରୁକ ଅବଦୁଲା, ମେହବୁବା ମୁଫତି ତାଙ୍କୁ ପ୍ରଂଶସା କରିଥିଲେ। ଆନ୍ତର୍ଜାତୀୟ ସ୍ତରରେ ଦେଶର ମାନ ମର୍ଯ୍ୟାଦା ବୃଦ୍ଧି କରିବାରେ ସେ ମୁଖ୍ୟ ଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

Leave a Reply

Your email address will not be published. Required fields are marked *