ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟ ସରକାରଙ୍କ ଛୁଟି ଘୋଷଣା ଓ ସାତ ଦିନ ପାଇଁ ରାଷ୍ଟ୍ରୀୟ ଶୋକ

ଭୁବନେଶ୍ୱର, ୧୬.୮.୧୮ (ଓଡ଼ିଆ ପୁଅ) ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଜ୍ୟ ସରକାର ଆସନ୍ତା କାଲି ତା.୧୭.୮.୨୦୧୮ରିଖକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି। ଏହାସହିତ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି। ଏହି ୭ ଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡିରେ ଜାତୀୟ ପତାକା ଅର୍ଧନମିତ ରହିବା ସହିତ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ। ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *