ଓଡ଼ିଶା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏମ୍ସରେ ଭର୍ତ୍ତି

ଓଡ଼ିଆ ପୁଅ ୧୧/୬ (ଓଡ଼ିଆ ପୁଅ) : ଭାରତୀୟ ଜନତା ପାଟିର ବରିଷ୍ଠ ନେତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି। ଖବର ଅନୁସାରେ ଡାକ୍ତରଙ୍କର ଉପଦେଶରେ ତାଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆଯୁର୍ଵିଜ୍ଞାନ ସଂସ୍ଥାନ (ଏମ୍ସ) ରେ ରୁଟିନ ଚେକ୍ ଅପ୍ ପାଇଁ ଭର୍ତ୍ତି କରାଯାଇଛି। ସେ ଏମ୍ସର ନିର୍ଦେଶକ ଡ. ରଣଦୀପ ଗୁଲେରିୟାଙ୍କ ତତ୍ୱାବଧାନରେ ଚିକିତ୍ସାଧିନ ଅଛନ୍ତି।

ଅଟଳ ବିହାରୀ ବାଜପେୟୀ ଭାରତୀୟ ଜନତା ପାର୍ଟିର ମହତ୍ଵପୂର୍ଣ୍ଣ ନେତାମାନଙ୍କ ମଧ୍ୟରେ ଜଣେ କିନ୍ତୁ ଅସୁସ୍ଥତା କାରଣରୁ ସେ ଗତ କିଛି ସମୟ ହେବ ସକ୍ରିୟ ନାହାଁନ୍ତି। ମାର୍ଚ୍ଚ ୧୯୯୮ ରୁ ମଇ ୨୦୦୪ ପର୍ଯ୍ୟନ୍ତ, ଛଅ ବର୍ଷ ଭାରତର ପ୍ରଧାନମନ୍ତ୍ରୀ ରହିଥିବା ଅଟଳ ବିହାରୀ ବାଜପେୟୀକୁ ସାଂସଦ ରୂପରେ ପ୍ରାୟତଃ ୫ ଦଶକର ଅନୁଭବ ପ୍ରାପ୍ତ ଅଛି। ସେ ବହୁତ ପ୍ରଭାବଶାଳୀ ବକ୍ତା ରୂପ ଜଣାଶୁଣା ଏବଂ ମହତ୍ଵପୂର୍ଣ୍ଣ ବିଷୟ ଉପରେ ତାଙ୍କ ରାୟକୁ ଧ୍ୟାନରେ ଶୁଣାଯାଇଥାଏ। ସେ ୧୯୫୭ ରେ ପ୍ରଥମ ଥର ସାଂସଦ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top