ଜଗତସିଂହପୁର

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକସଭା

ତିର୍ତ୍ତୋଲ୧୮/୦୮(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅଭ୍ୟର୍ଥନା ଗୃହରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଏବିଡ଼ିଓ ଭଞ୍ଜ କିଶୋର ନାୟକ, ବ୍ଲକ ପ୍ରୋଜେକ୍ଟ କୋଅଡ଼ିନେଟର ପ୍ରିୟମ୍ବଦା ପଶାୟତ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ କୁମାର ଦାସ, କର୍ମଚାରୀ ବସନ୍ତ କୁମାର ବିଶ୍ୱାଳ, ବ୍ଲକ କର୍ମଚାରୀଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଅନୁରୂପଭାବେ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାଲିଘର ପକ୍ଷରୁ ଜଗନ୍ନାଥପୁର ପଞ୍ଚାୟତର ସାଗବାରିଆ ଦୂର୍ଗା ମଣ୍ଡପ ପରିସରରେ ଧନେଶ୍ୱର ନନ୍ଦଙ୍କ ସଭାପତିତ୍ୱରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୁବନେତା ପଣ୍ଡିତ ଭାଷ୍କର ଚନ୍ଦ୍ର ଶତପଥି, ଆଇନଜିବୀ ସୁଧିର ଚରଣ ଖୁଣ୍ଟିଆ, ବାବାଜି ଚରଣ ମଲ୍ଲିକ, କିଶୋର ଦାସ, ମୋହିତ ମହାନ୍ତି, ନୃସିଂହ ସାହୁ, ଧିରେନ୍ଦ୍ର କୁମାର ରାଉତ, ଅକ୍ଷୟ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ନିବାରଣ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହେମନ୍ତ କୁମାର ନାୟକ, ପ୍ରଦୀପ୍ତ ସାହୁଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା, ଦ୍ୱୀପ ଦାନ ଓ ଶ୍ରଦ୍ଧାସୁମନ ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ କରିଥିଲେ। କବି ଶ୍ୟାମସୁନ୍ଦର ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ବାଲିଘରର ସମ୍ପାଦକ କୌଳାଶ ଚନ୍ଦ୍ର ସ୍ୱାଇଁ ସଂଯୋଜନା କରିଥିଲେ। ସେହିପରି ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଟ ସାମ୍ବାଦିକ ରଘୁନାଥ ସାହୁ, ଉପେନ୍ଦ୍ର ମହାନ୍ତି, ରମାକାନ୍ତ ରାଉଳ, ଅମରଜ୍ୟୋତି ସାହୁ, ଟୁକନ ଚରଣ ସେଠୀ, ଜୟନ୍ତ ପରିଜା, ପ୍ରମୋଦ ଦାସ, ନିଶାକର ଦାସ, ରଞ୍ଜନ ଖୁଣ୍ଟିଆ, ପ୍ରଭାଶ କୁମାର ଦାସ, ଶୁସିଲ ମହାପାତ୍ର, ଶ୍ରୀକାନ୍ତ ଦାଶ, ଗୌରାଙ୍ଗ ଚରଣ ସ୍ୱାଇଁ, ରମେଶ ମହାନ୍ତି, ସୁଧାଶୁଂ ଶେଖର ପୃଷ୍ଟି, ଶ୍ରୀକାନ୍ତ ଦାସ, ନିର୍ଲିପ୍ତ ଦାସ, ଶରତ ଚନ୍ଦ୍ର ଦାସଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଗଭୀର ଶୋକବ୍ୟକ୍ତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top