ଜିଲ୍ଲା ପରିକ୍ରମା

ପୂର୍ବତନ କାଉନସିଲର ଯୁଧିଷ୍ଟିର ରାଉତଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

ଯାଜପୁର-୧୪/୭(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ପୂର୍ବତନ କାଉନସିଲର, ସମାଜସେବୀ ତଥା କୋପଣ୍ଡ ଗ୍ରାମର ମୁରବୀ ଯୁଧିଷ୍ଟିର ରାଉତଙ୍କର ୮୭ ବର୍ଷ ବୟସରେ ଗତ ଶନିବାର ଦେହାନ୍ତ ହୋଇଯାଇଛି। ତାଙ୍କ ବିୟୋଗରେ ନିଜ ଗ୍ରାମ କୋପଣ୍ଡ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ନେତା ଦୁଷ୍ମନ୍ତ କୁମାର ନାୟକଙ୍କ ସଭା ପରିଚାଳନା ଓ ନିମାଇଁ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଶୋକସଭାରେ ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ, ସୌରିବନ୍ଧୁ କର, ଚନ୍ଦ୍ରମଣି ପାତ୍ର, ପ୍ରମୁଖ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ରାଉତ ତାଙ୍କ ଜୀବନ କାଳରେ ଜଣେ ସାଲିସ ବିହୀନ କମୁନିଷ୍ଟ ଚିନ୍ତାଧାରାର ବ୍ୟକ୍ତିଭାବେ ବ୍ୟାସନଗର ପୌର ପରିଷଦର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବାସହ ତାଙ୍କ ନିଜ ଗ୍ରାମ କୋପଣ୍ଡର ସର୍ବବିଧ ଉନ୍ନତିର କର୍ଣ୍ଣଧାର ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାମିନୀ ରାଉତ, ପ୍ରଫୁଳ୍ଲ କୁମାର ନାୟକ, ମହେଶ ଧଳ, ଆଶିଷ କୁମାର ନାୟକ, ସୁଧାନିଧି ମହାପାତ୍ର, ଆଲୋକ ମହାନ୍ତି, ମଳୟ ପଣ୍ଡା, ବାମନ ଚରଣ ସେଠୀ, ସଦାଶିବ ଦାସ, ଅର୍ଜୁନ ଚରଣ ରାଉତ, ଭ୍ରମରବର ରାଉତ, ପ୍ରସନ୍ନ ସାମଲ, ଡା. ମଦନ ମୋହନ ଜେନା, ସନାତନ ତ୍ରିପାଠୀ, ବନମାଳୀ ବାଇ, ଜିତେନ୍ଦ୍ର କୁମାର ଜେନା, ବାବାଜି ଚରଣ ମଲ୍ଲିକ, ଜ୍ଞାନରଞ୍ଜନ ରାଉତ, ସୁଜିତ କୁମାର ମଲ୍ଲିକଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇ ତାଙ୍କ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top