ପୂର୍ବତନ ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦେଶକ ବିନୟ କୁମାର ବେହେରାଙ୍କ ବିୟୋଗରେ ଆଇ.ପି. ଏସ୍ ସଂଘର ଶୋକ

କଟକ, ତା ୧୩, ୧୧.୨୦୧୭ (ଓଡ଼ିଆ ପୁଅ)- ପୂର୍ବତନ ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦେଶକ ଡ. ବିନୟ କୁମାର ବେହେରାଙ୍କ ବିୟୋଗରେ ଆଇ.ପି.ଏସ୍ ସଂଘ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଆଜି ଅପରାହ୍ମରେ ପୋଲିସ ମୁଖ୍ୟାଳୟସ୍ଥ ରାମକୃଷ୍ଣ ପାଢ଼ୀ ସ୍ମୃତି କକ୍ଷ ଠାରେ ଆରକ୍ଷୀ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରାଯାଇଥଲା। ଏହି ଅବସରରେ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ଅମର ଆମ୍ବାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘ ତରଫରୁ ତାଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

ଏହି ସଭାରେ ରାଜ୍ୟ ଗୁଇନ୍ଦା ନିର୍ଦେଶକ ସୁନିଲ ରାୟ, ଅତିରିକ୍ତ ଡିଜି ସତ୍ୟଜିତ୍ ମହାନ୍ତି, ମନୋଜ ଛାତ୍ମାର, ସନ୍ତୋଷ କୁମାର ଉପାଧାୟ, ଅରୁଣ ରାୟ, ପ୍ରଣବିନ୍ଦୁ ଆଚାର୍ଯ୍ୟ, ଏସ୍.ଏମ୍. ନରଭାଣେ, ଡ. ସୁଧାଶୁ” ଷଡଙ୍ଗୀ, ଅରୁଣ କୁମାର ଷଡଙ୍ଗୀ, ମହେନ୍ଦ୍ର ପ୍ରତାପ, ଡ. ଦେବାଶିଷ ପାଣିଗ୍ରାହୀ, ଲଳିତ ଦାସ, ଆଇ ଜି ଆର୍.କେ. ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପି. ଏସ୍ ରଣପିସେ, ଅରୁଣ ବୋଆ, ଅସିତ ପାଣିଗ୍ରାହୀ, ସଂଜୟ ସିଂହଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧୁକାରୀ ମାନେ ଉପସ୍ଥିତ ଥିଲେ।

ରାଜ୍ୟ ଆଇ.ପି.ଏସ୍ ସଂଘର ସଂପାଦକ ଅରୁଣ ବୋଥ୍ରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *