ପୂର୍ତ୍ତ ବିଭାଗ ନିରବ……….. ଯାଜପୁର-ବରୁଆଁ ରାସ୍ତାନିର୍ମାଣ ନସରୁଣୁ ଦବିଲା ରାସ୍ତା

ଯାଜପୁର-୧୪/୧୧(ଓଡିଆ ପୁଅ/ଏ.ରାଉତ) ମଯାଜପୁର ସଦରମହକୁମାକୁ ସଂଯୋଗ କରୁଥିବା ଯାଜପୁର-ବରୁଆଁ ରାସ୍ତା ବୁଢ଼ା ନଦୀ ସେତୁଠାରୁ ମାନସାପୋଲ ପର୍ଯ୍ୟନ୍ତ ନିର୍ମାଣ ଶେଷହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ପିଚୁ ଦବି ରାସ୍ତା ବିପଦସଙ୍କୁଳ ହୋଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଠିକାସଂସ୍ଥା ଦବିଥିବା ସ୍ଥାନରେ ସାମାନ୍ୟ ପିଚୁ ପକାଇ ମରାମତି କରୁଥିବା ଦେଖିବାକୁ ମିଳିଛି । ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଲୋକ ଅଭିଯୋଗ କରୁଥିଲେ ମଧ୍ୟ ପୂର୍ତ୍ତ ବିଭାଗର ନିରବତା ସମସ୍ତଙ୍କୁ ଚକିତ କରିଛି । ପୂର୍ବରୁ ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତାର ନିର୍ମାଣ ଦାୟିତ୍ୱ ଆଶୀର୍ବାଦ କନଷ୍ଟ୍ରକ୍ସନ୍ ନାମକ ଠିକା ସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ଉକ୍ତ ରାସ୍ତା ନିର୍ମାଣ ନିମନ୍ତେ ୮ କୋଟି ୩୨ ଲକ୍ଷ ୫୬୦ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ରାସ୍ତା ପ୍ରଶସ୍ତି ଓ ସୁଦୃଢ଼ୀକରଣ କାର୍ଯ୍ୟ ୧୪/୧୨/୨୦୧୫ ମସିହାରେ ଆରମ୍ଭ କରାଯାଇ ୧୩/୨/୨୦୧୭ ମସିହାରେ ଶେଷ ହେବାପାଇଁ ଧାର୍ଯ୍ୟ କରାଯାଇଥିଲା । ରାସ୍ତା ନିର୍ମାଣ ଚାଲିଥିବାବେଳେ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାର ବିଭିନ୍ନ ସ୍ଥାନ ଦବିଯିବା ସହ ପାଶ୍ୱର୍ରେ ଦିଆଯାଇଥିବା ପାଚେରୀ ଓ ରାସ୍ତା ମଝିରେ ଥିବା ଡିଭାଇଡର ଫାଟି ଆଁ କରିଥିଲା । ନିମ୍ନମାନର କାର୍ଯ୍ୟ ହେଉଥିବା ଜାଣି ସ୍ଥାନୀୟ ମଲ୍ଲିକାପୁରବାସୀ ଆନେ୍ଦାଳନ କରିଥିଲେ । ହେଲେ ସେତେବେଳେ ଠିକା ସଂସ୍ଥା ନିରବ ରହିଥିବାବେଳେ ପୂର୍ତ୍ତ ବିଭାଗର ନିଦ ମଧ୍ୟ ଭାଙ୍ଗିନଥିଲା । ନିର୍ମାଣ ଅବଧି ଶେଷ ହେବାର ବହୁଦିନ ପରେ ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତା ନିର୍ମାଣ ଶେଷ କରିଥିଲା । ରାସ୍ତା ନିର୍ମାଣ ଶେଷ ହେବାର ୫ ଦିନ ପରେ ପୂର୍ତ୍ତ ବିଭାଗ ଅଫିସ ସମ୍ମୁଖ ଓ ପ୍ରଜାପିତା ଆଶ୍ରମ ନିକଟ ରାସ୍ତା ପିଚୁ ଫାଟି ଆଁ କରିବା ସହ ଦବିଯାଇଥିଲା । ଠିକା ସଂସ୍ଥା ତରବରିଆଭାବେ ପିଚୁରେ ତାଳି ପକାଇଥିବା ଦେଖିବାକୁ ମିଳିଥିଲା । ଏବେ ରାସ୍ତାର ବୁଢ଼ା ସେତୁ ନିକଟରୁ କଲେଜ ଓ ବିଦୁ୍ୟତ୍ ସବ୍ଷ୍ଟେସନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପିଚୁ ଦବି ବିପଦସଙ୍କୁଳ ସୃଷ୍ଟି କରିଛି । ପିଚୁ ଦବି ବଡ଼ ବଡ଼ଖାଲ ସୃଷ୍ଟି ହୋଇଥିବା ଯୋଗୁ ରାତିରେ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି । କିନ୍ତୁ ରାସ୍ତା ର୍ନିାଣ ନିମ୍ନମାନ ସମ୍ପର୍କରେ ଅବଗତ ଥାଇ ମଧ୍ୟ ପୂର୍ତ୍ତ ବିଭାଗର ନିରବତା ସମସ୍ତଙ୍କୁ ଚକିତ କରିଛି । ଏହି ଠିକା ସଂସ୍ଥା କଲେଜ ସମ୍ମୁଖ ରାସ୍ତା ପାଶ୍ୱର୍ରେ ପାଚେରୀ ନିର୍ମାଣ କରୁଛି । ଏହି ପାଚେରୀ ନିର୍ମାଣ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହେଉଛି । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପାଶ୍ୱର୍ରେ ନିମ୍ନମାନର ପାଚେରୀ ନିର୍ମାଣ କରାଯାଇଥିଲେ ମଧ୍ୟ କୌଣସି ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁନଥିବା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଉକ୍ତ ରାସ୍ତାକୁ ଜାତୀୟ ରାଜପଥକୁ ହସ୍ତାନ୍ତର କରାଯାଇଛି । ରାସ୍ତା ହସ୍ତାନ୍ତର ପୂର୍ବରୁ ପୂର୍ତ୍ତ ବିଭାଗ ଟେଣ୍ଡର କରିଥିବାରୁ ସମ୍ପୃକ୍ତ ଠିକା ସଂସ୍ଥା କାର୍ଯ୍ୟ ନେଇଥିଲା । ତେଣୁ ତରବରିଆଭାବେ ଯେନେତେନେ ପ୍ରକାର ରାସ୍ତା ଶେଷ କରିବାକୁ ଠିକା ସଂସ୍ଥା ଲାଗିପଡ଼ିଥିବା ଦେଖିବାକୁ ମିଳିଛି । କିନ୍ତୁ ସବୁ ଜାଣି ପୂର୍ତ୍ତ ବିଭାଗ ନିରବ ଥିବା ଜଣାପଡ଼ିଛି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ନିମ୍ନମାନର କାର୍ଯ୍ୟକୁ ଅସ୍ୱୀକାର କରିବା ସହ ଦବିଯାଇଥିବା ସ୍ଥାନ ମରାମତି କରାଯିବ ବୋଲି ସଫେଇ ଦେଇଥିଲେ । ଏହି ରାସ୍ତା ଦେଇ ପ୍ରତିଦିନ ରାଜନେତାଠାରୁ ପ୍ରଶାସନିକ ଅଧିକାରୀ ଯାତାୟାତ କରୁଥିଲେ ମଧ୍ୟ ସମସ୍ତେ ନିରବ ରହୁଥିବା ଯୋଗୁ ସମ୍ପୃକ୍ତ ଠିକା ସଂସ୍ଥାକୁ ସୁଯୋଗ ମିଳିଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *