ad
ଓଡ଼ିଶା

ପୂର୍ତ୍ତ ଓ ପୋଲିସ ବିଭାଗର ଦାୟିତ୍ୱହୀନ ନିଷ୍ପତ୍ତି, ସାବିତ୍ରୀ ବ୍ରତରେ ଶଙ୍ଖା ହରାଇଲେ ମହିଳା

କେନ୍ଦୁଝର, ୧୫ା୫(ଓଡିଆ ପୁଅ/ପ୍ରଦୀପ ମହାନ୍ତି):ଏକ ଅଭାବନୀୟ ଘଟଣା କ୍ରମରେ ଆଜି ସାବିତ୍ରୀ ବ୍ରତ ପାଇଁ ସବିତା ସାହୁଙ୍କ ପାଇଁ କିଣା ହୋଇଥିବା ଶାଢୀ, ଶଙ୍ଖା, ଭୋଗ ଆଉ ପୂଜା ନହୋଇ ପାରିଲା ନାହିଁ। ମଥାରୁ ସିନ୍ଦୁର ପୋଛି ହାତର ଶଙ୍ଖା ଭାଙ୍ଗିଦେଲେ ମହିଳା। କାରଣ ଯେ, ଗତ ୧ ସପ୍ତାହ ତଳେ ନିର୍ମାଣ ହୋଇଥିବା ଏକ ବଡ ହମ୍ପସ ଯୋଗୁଁ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ହରାଇ ଆଜି ପରି ଏକ ପବିତ୍ର ଦିନରେ ବିଧବା ହୋଇଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ, କେନ୍ଦୁଝର ସହର ମଧ୍ୟରେ ଥିବା ବିଭିନ୍ନ ରାସ୍ତା ଉପରେ ଦୃତ ଯାନଚଳାଚଳ ଉପରେ ଅଙ୍କୁଶ ଲଗାଇବା ପାଇଁ ଟାଉନ ପୋଲିସର ନିର୍ଦ୍ଦେଶ କ୍ରମେ ପୂର୍ତ୍ତ ବିଭାଗ ପକ୍ଷରୁ ଗତ ୧ ସପ୍ତାହ ତଳେ ଛୋଟ ଛୋଟ ରମ୍ବଲର ନକରି ପାହାଡ ସଦୃଶ ହମ୍ପସ ନିର୍ମାଣ କରାଯାଇଥିଲା। ତେବେ ଏହି ହମ୍ପସ ଯୋଗୁଁ ଦୂର୍ଘଟଣାର ଶୀକାର ହୋଇ ଚିକିତ୍ସାଧିନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ପୂର୍ତ୍ତ ବିଭାଗ ହମ୍ପସର ନିର୍ମାଣ ଶୈଳି କିଭଳି ହେବା କଥା ଏବଂ ନିର୍ମାଣ ପରେ ପରେ ହମ୍ପସ ଉଭୟ ପାଶ୍ୱର୍ରେ ଧଳା ରଂଗ ଦେବା ସଙ୍ଗେ ସଙ୍ଗେ ସୂଚନା ଫଳକ ମଧ୍ୟ ଲଗାଯାଇନଥିଲା। ଦୂଭାର୍ଗବଶତଃ ହମ୍ପସ ନିର୍ମାଣ ହେବା ଦିନ ରାତ୍ର ପ୍ରାୟ ୧୧.୩୦ ମିନିଟ ସମୟରେ ଏହି ରାସ୍ତା ଉପର ଦେଇ ଆଟୋପୁର ଅଞ୍ଚଳର ଜଣେ ଯୁବକ ମଟର ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ହମ୍ପସର ଉପସ୍ଥିତି ଜାଣିନପାରି ମଟର ସାଇକେଲରୁ ପଡିଯାଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦୁଝର ଏବଂ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲେ ସୁଦ୍ଧା ୧୫ ତାରିଖ ଦିନ ସକାଳ ସମୟରେ ତାଙ୍କର ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ପୋଲିସ ବିଭାଗର ନିର୍ଦ୍ଦେଶ କ୍ରମେ ପୂର୍ତ୍ତ ବିଭାଗ ଖାମଖିଆଲି ହମ୍ପସ ନିର୍ମାଣ ଯୋଗୁଁ ଜଣେ ଯୁବକର ଅକାଳରେ ପ୍ରାଣ ହାନୀ ହେଲା ବୋଲି ବୁଦ୍ଧଜୀବୀ ମହଲରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ, ୧୧ ତାରିଖ ଦିନ ରାତ୍ର ପ୍ରାୟ ୧୧.୩୦ ମିନିଟ ସମୟରେ ବସର ହକର ଭାବେ କାର୍ଯ୍ୟକରୁଥିବା ଆଟୋପୁର ଅଞ୍ଚଳର ଗଣେଶ କୁମାର ସାହୁ(୪୫) ନିଜ ଘରକୁ ଯାଉଥିବାବେଳେ ଡିଏନ ହାଇସ୍କୁଲ ନିକଟରେ ନବନିର୍ମିତ ହମ୍ପସ ଉପରେ ଜାଣିନପାରି ଭାରସାମ୍ୟ ହରାଇ ପଡିଯାଇଥିଲେ। ତାଙ୍କର ମୁଣ୍ଡ ପଛ ପଟେ ଗଭିର କ୍ଷତ ହେବା ଫଳରେ ସେ ସଜ୍ଞାହୀନ ଅବସ୍ଥାରେ ପ୍ରଥମେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ଏବଂ ପରେ ପରେ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା। ୧୫ ତାରିଖ ଦିନ ସକାଳ ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଯୋଗ୍ୟ ଯେ, ସହର ମଧ୍ୟରେ ଦୃତ ଗାଡି ଚଳାଚଳକୁ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ସହର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଉପରେ ପୂର୍ତ୍ତ ବିଭାଗ ହମ୍ପସ ନିର୍ମାଣ କରିଥିଲେ ସୁଦ୍ଧା ହମ୍ପସ ଚିହ୍ନଟ ପାଇଁ କୌଣସି ସୂଚନା ଦେଇନଥିବା କାରଣରୁ ଏହି ଯୁବକଙ୍କର ଅକାଳ ମୃତ୍ୟୁ ପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top