ଓଡ଼ିଶା

ପୂର୍ତ୍ତବିଭାଗ ଦ୍ୱାରା ଉନ୍ନତି ଓ ପ୍ରଶସ୍ତିକରଣ କାର୍ଯ୍ୟ ଯୋଜନାରେ ୨୫କୋଟି ଟଙ୍କାର ନିମ୍ନମାନର କାର୍ଯ୍ୟ 

ମାର୍କୋଣା–ଔପଦା ଭାୟା ଗଣ୍ଡିବେଡ ରାସ୍ତା ପ୍ରତି ପ୍ରଶାସନ ଦୃଷ୍ଟି ଦେବେକି ?
ଖଇରା, ୯/୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଓଡିଶା ସରକାର ଜନସାଧାରଣଙ୍କର ହିତକାମନାପାଇଁ ବିଭିନ୍ନ ପ୍ରକାର ଜନ ହିତକର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବାବେଳେ କିଛି ମାଫିଆ ଠିକାଦାର ନିଜର ସ୍ୱାର୍ଥ ହାସଲ ପାଇଁ ରାତାରାତି ବଡ ମଣିଷ ହେବାର ଲକ୍ଷ ରଖି ୨୫କୋଟି ଟଙ୍କାର କାର୍ଯ୍ୟକୁ ନିମ୍ନମାନର କରୁଥିବାର ପରିଲକ୍ଷିତ ହୋଇଛି।

ଘଟଣାରୁ ପ୍ରକାଶ ମାର୍କୋଣା -ଔପଦା ଭାୟା ଗଣ୍ଡିବେଡ ପୁର୍ତ୍ତବିଭାଗ ରାସ୍ତା ପାଇଁ ଏକାଧିକ କୋଟି ଟଙ୍କାର କାର୍ଯ୍ୟାଦେଶ ସରକାର ଠିକାଦାରକୁ ଦେଇ ଅଛନ୍ତି। ଠିକାଦାର କାର୍ଯ୍ୟ କରିବା ପୂର୍ବରୁ ଯେଉଁ ହାରରେ କାମ ହେବା କଥା ତାହା କରୁନଥିବାର ଜନସାଧାରଣ ଅଭିଯୋଗ କରିଛନ୍ତି। ମାର୍କୋଣା – ଗଣ୍ଡିବେଡ ମୋଟ ୧୩.୭୫ କି.ମି ରାସ୍ତା ପାଇଁ ଟେଣ୍ଡର ହୋଇଥିଲା। ପୁରୁଣା ରାସ୍ତାକୁ ପ୍ରଥମେ ଜେସିବି ଦ୍ୱାରା ତାଡିବା ସଙ୍ଗେ ସଙ୍ଗେ ସେହି ରାସ୍ତାକୁ ମଧ୍ୟ ଅଣଓସାରିଆରୁ ଓସାରିଆ କରିବା ପାଇଁ ଯେଉଁ ହାରରେ ମେଣ୍ଟାଲ ଓ ଡଷ୍ଟ ପକାଇ ଭାଇବ୍ରେଟର ମେସିନ ଦ୍ୱାରା ପ୍ରଥମେ ଷ୍ଟ୍ରଙ୍ଗ୍ କରାଯିବାର ସରକରୀ ନିୟମ ଥିବାବେଳେ ଠିକାଦାର ନିଜେ ମନଇଛା କୌଣସି ପଦାଧିକାରୀ ଅଫିସରଙ୍କୁ ନଜଣାଇ ନିଜେ ମନୋପଲି ଭାବରେ କାର୍ଯ୍ୟ କରୁଛନ୍ତି। ନିମ୍ନମାନର ବଜରି, ବାଲି ଓ ଚିପିସ୍ ଦେଇ କାର୍ଯ୍ୟ କରୁଅଛନ୍ତି। ରାସ୍ତା ଓସାର ପରିବର୍ତ୍ତେ ଅଣଓସାରିଆ କରୁଅଛନ୍ତି। ସରକାରଙ୍କର ୩ଟା ଚିପିସ୍ ଦେଢଟା ବାଲି ଓ ୧ଟା ଓ ଗୋଟିଏ ସିମେଣ୍ଟଦେଇ କଂକ୍ରିଟି ରାସ୍ତା କରିବା ପାଇଁ ବ୍ୟବସ୍ଥା ଥିବାବେଳେ ଠିକାଦାର ଉକ୍ତ ନିୟମକୁ ବେଖାତିର କରି ୧୫ଗୋଟି ବାଲି, ଚିପିସ ୮ଟା ଓ ଗୋଟିଏ ସିମେଣ୍ଟ ଢାଳି ରାସ୍ତା କଂକ୍ରିଟ କରୁଛନ୍ତି। ଉକ୍ତ କଂକ୍ରିଟ ରାସ୍ତାରେ ଡଷ୍ଟର୍ ପରିମାଣ ଅଧିକ ଦେଉଥିବାରେୁ ଆସନ୍ନ ବିପଦ କାହିଁକି ଦେଖାନଯିବ କିଏବା କହିପାରିବ। ପ୍ରକାଶ ଥାଉକି କଲଭର୍ଟ ପାଇପ ତଳେ କଂକ୍ରିଟ ନହୋଇ ପାଇପ ରଖାଯାଇ କଲଭର୍ଟ ତିଆରି କରାଯାଉଛି। ଅତୀତରେ ସୋର– କୁପାରୀ ରାସ୍ତାକୁ ସରସ୍ୱତୀ କନଷ୍ଟ୍ରକସନ ନିର୍ମାଣ କରିଥିଲେ ମଧ୍ୟ ଅବଧି ପୂର୍ବରୁ ତାହା ଫାଟି ଆଁ କରିଥିବାର ଦେଖାଗଲାଣି। ବର୍ତ୍ତମାନ ସରକାର ଉକ୍ତ ରାସ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ରାସ୍ତା କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ ଅଧିକାରୀ ତଥା ଉଚ୍ଚ ପଦସ୍ଥ ଅଧିକାରୀ ଉପସ୍ଥିତ ନରହିବାରୁ ଠିକାଦାର ମନମୁଖି ଭାବେ କାର୍ଯ୍ୟ କରୁଥିବାର ସିମୁଳିଆର ଉନ୍ନୟନ ପରିଷଦ ସଭ୍ୟ, ଜନସାଧାରଣ, ବୁଦ୍ଧିଜୀବି ସହିତ ଖଇରା ର ରାଇକୁଳା, କୁରୁଣ୍ଟା, ରାଣ୍ଡଖେଜୁରି, ଗଣ୍ଡିବେଡ ଓ ଶ୍ୟାମସୁନ୍ଦରପୁର ପ୍ରଭୁତି ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି। ଆଗାମି ୧୫ଦିନ ଭିତରେ ଭିଜିଲାନସ ତଦନ୍ତ ନକରନ୍ତି ତାହାହେଲେ ସିମୁଳିଆ ଖଇରା ଅଂଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେବୋଲି ଚେତାବନି ଦେଇଛନ୍ତି। ଏବିଷୟରେ ଗଣ୍ଡିବେଡର ବିଭାଗୀୟ କନିଷ୍ଠଯନ୍ତ୍ରୀ ନରେସ ସିଂହଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ପୂର୍ବରୁ ମଧ୍ୟ ଅନେକ ଥର ମୋବାଇଲ ଦ୍ୱାରା ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ଦିନ କୌଣସି ସମୟରେ ଫୋନ ଉଠାନ୍ତି ନାହିଁ କି ଉତ୍ତର ଦିଅନ୍ତି ନାହିଁ। ଶେଷରେ ବାଧ୍ୟହୋଇ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଯନ୍ତ୍ରୀ ମହେଶ ମହାନ୍ତିଙ୍କୁ ପଚାରିବାରେ ତୁରନ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଇ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top