ଜିଲ୍ଲା ପରିକ୍ରମା

ପୂର୍ଣ୍ଣ ପ୍ରତିହାରୀଙ୍କ ଶୋକସଭା

ପୁରୀ:୩୧/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ବର୍ଷିୟାନ ଚଳଚିତ୍ର ଅଭିନେତା, ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ପତିହାରୀଙ୍କ ଏକାଦଶାହରେ ଓଡ଼ିଶା ସଂଗୀତ ପରିଷଦରେ ପରିସରରେ ଶ୍ରଦ୍ଧାଜ୍ଞଳୀ ସଭା ସୋମବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରଂଗଶାଳ, ବିଜୟ କେଶରୀ ନାଟ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଜ୍ଞଳୀ ସଭାରେ ଶିକ୍ଷାବିତ୍ କୈଳାସ ଟିକାୟତରାୟ ଅଧ୍ୟକ୍ଷତା କରିଥିଲେ। ସମାଜସେବୀ ଚକ୍ରଧର ମହାପାତ୍ର, ଡ଼କ୍ଟର ତୁଳସୀ ଓଝା, ପ୍ରସନ୍ତ କୁମାର ମିଶ୍ର ପ୍ରମୁଖ ମଚାଂସୀନ ଥିଲେ। ମହେନ୍ଦ୍ର ଦାଶ, ଭରତ ନାୟକ, ସୁକାନ୍ତି ମହାନ୍ତି, ଶମ୍ଭୁନାଥ ହୋତା, ବଲରାଜ ତ୍ରିପାଠୀ, ନାରାୟଣ ରାଉତ ପ୍ରମୁଖ ପୂର୍ଣ୍ଣଚନ୍ଦ୍ରଙ୍କ ସ୍କୃତି ଚାରଣ କରିଥିଲେ। ବକ୍ତାଗଣ କହିଥିଲେ ଯେ, ପୂର୍ଣ୍ଣଚନ୍ଦ୍ର ଥିଲେ ଜଣେ ଅନନ୍ୟ ପ୍ରତିଭା ନିଜର ନିଆରା କଳା ପ୍ରଦର୍ଶନ ଲାଗି ସେ ବେଶ୍ ପରିଚିତ ଥିଲେ। ତାଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ। ତାଙ୍କ ବିୟୋଗ କଳା ନୀତି ଲାଗି ଅପୁରଣୀୟ କ୍ଷତି ବୋଲି ବକ୍ତାଗଣ କହିଥିଲେ। ଓଡ଼ିଆ ଚଳଚିତ୍ର ଜଗତରେ ସେ ନିଜର ଛାପ ଛାଡ଼ିଯାଇଛନ୍ତି। ସର୍ବଦା ସମାଜର ଗତିବିଧିକୁ ନେଇ ସେ ନାଟକ ପରିବେଷଣ କରୁଥିଲେ ବୋଲି ବକ୍ତାମାନେ ଦର୍ଶାଇ ଥିଲେ। ରଂଗଶାଳାର ନିର୍ଦ୍ଦେଶକ ବିକ୍ରମ ସାହୁ ମଂଚ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top