ପୂରାତନ ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ତିର୍ତ୍ତୋଲ୩୦.୦୩ (ଓଡ଼ିଆ ପୁଅ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୧୯୭୮ ମସିହା ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ ଉତ୍ସବ ଓ ପୂରାତନ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂରାତନ ଶିକ୍ଷକ ନାରାୟଣ ତ୍ରୀପାଠୀ, ରମାକାନ୍ତ ସାହୁ, ପ୍ରଶନ୍ନ କୁମାର ମିଶ୍ର, ନାରାୟଣ ଚନ୍ଦ୍ର ବାରିକ୍, ଗୋକୁଳା ନନ୍ଦ ମେକାପଙ୍କ ସହିତ ବିଦ୍ୟାଳୟର ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କବିତା ବେଉରାଙ୍କୁ ପୂରାତନ ଛାତ୍ରଙ୍କ ପକ୍ଷରୁ ଅଙ୍ଗବସ୍ତ୍ର, ମାନପତ୍ର, ପୁଷ୍ପଗୁଛ ଓ ଗୀତାପୁସ୍ତକ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଯୋଗଦେଇଥିବା ପୂରାତନ ଶିକ୍ଷକ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଦୀର୍ଘ ୪୦ ବର୍ଷପରେ ପ୍ରଥମ କରି ଏହି ବନ୍ଧୁମିଳନ ଉତ୍ସବରେ ଆମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଥିବାରୁ ଆମ୍ବେମାନେ ବହୁତ ଆନନ୍ଦିତ ହେବା ସହିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରୀବଚନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଲଲାଟେନ୍ଦୁ ଦାସ, ସମ୍ପଦ ଜେନା, ଅମୁଲ୍ୟ ମହାନ୍ତି, କେଳୁ ଚରଣ ଦଳାଇ, ରମାକାନ୍ତ ବେହେରା, ଅଦୈତ ଦାସ, ବିପିନି ମହାନ୍ତି, ସନ୍ଧ୍ୟା ରାଣୀ ନାୟକ, ମେନକା ନାୟକ, ଜୟନ୍ତି ମହାନ୍ତି, ପ୍ରତିଭା ଦାସ, ନଳିନ ସାମଲ, ସମିର ପଟ୍ଟନାୟକ, ରଞ୍ଜିତ ମହାନ୍ତି, ପ୍ରମୋଦ ସାହୁ, ଅଶୋକ ଆଚାର୍ଯ୍ୟ, ପ୍ରସନ୍ନ ମହାପାତ୍ରଙ୍କ ସମେତ ସମସ୍ତ ପୂରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *