ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଛତା ପକ୍ଷ ଉଦଯାପିତ 

କୋରାପୁଟ ; ତା୧୫-୦୯-୧୭(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱଛତା ପକ୍ଷ ଉଦ୍ାପିତ ହୋଇଯାଇଛି ।କୋରାପୁଟ ମ୍ୟୁନସିପାଲଟିର ଓାର୍ଡ ନମ୍ବର ୨ ରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା କରି ବାସିନ୍ଦାମାନଙ୍କୁ ନିଜ ପରିବେଶ ସ୍ୱଛ ରଖିବାକୁ ସଚେତନତା କରିଥିଲେ ।ପ୍ରତ୍ୟେକ ଦିନ ପିଲାମାନେ ନିଜ ସ୍କୁଲ ପରିବେଶ ସହ ଓାର୍ଡରେ ସଫେଇ କାର୍ଯ୍ୟକ୍ରମ କରିଥିଲେ ।ଏଥିରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ / ଅଭିଭାବିକା ଏବଂ କାଉନସିଲର ରାମଚନ୍ଦ୍ର ମାଝି ଯୋଗଦେଇଥିଲେ ।
ସ୍ୱଛତା ପକ୍ଷର ଶେଷଦିନକୁ ସମୀକ୍ଷା ଦିବସ ରୂପେ ପାଳନ କରାଯାଇଥିଲା ।ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱଛତା ଉପରେ ଶପଥ ପାଠ କରିଥିବା ବେଳେ ନିଜ ଘରୁ ସ୍ୱଛତା ଆରମ୍ଭ କରିବାକୁ ପରାମର୍ଶ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ସମାଜସେବୀ ସିଏଚ . ସାନ୍ତାକାର , ସ୍କୁଲ ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷ ରଂଜନ କୁମାର ଦାସ , ଏବିଇଓ ନଳିନୀ ଜେନା , ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରକ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଆୟୋଜିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱଛତା ଉପରେ କରିଥିବା ପ୍ରଦର୍ଶନୀ କକ୍ଷକୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ପରିଦର୍ଶନ କରି ଖୁସି ପ୍ରକଟ କରିଥିଲେ ।ସ୍କୁଲର ଶିକ୍ଷକ ପ୍ରଦୀପ ପାତ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ / ସଦସ୍ୟା , ଶିକ୍ଷକ / ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *