ଜିଲ୍ଲା ପରିକ୍ରମା

ପୁସ୍ତକ ମେଳାରେ ହାସ୍ୟବ୍ୟଙ୍ଗ ସମ୍ମେଳନ

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ହାସ୍ୟ ଓ ବ୍ୟଙ୍ଗ ମଣିଷ ଜୀବନର ପରମ ବନ୍ଧୁ। ହାସ୍ୟବିନା କେହି ବଂଚି ପାରିବେ ନାହିଁ। ନିୟମିତ ହସୁଥିବା ଏବଂ ଅନ୍ୟକୁ ହସଉଥିବା ବ୍ୟକ୍ତି ସବୁଠାରୁ ଅଧିକ ସୁଖି। ହାସ୍ୟ ବ୍ୟଙ୍ଗ ଜୀବନରେ ମଧୁରତା ଆଣେ। ଓଡିଶ ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ଶ୍ରୀକ୍ଷେତ୍ର ପୁସ୍ତକମେଳା ମଂଚରେ ଅନୁଷ୍ଠିତ ହାସ୍ୟବେଙ୍ଗ ସମିଳନୀରେ ବକ୍ତାମାନେ ଏପରି ମତ ଦେଇଛନ୍ତି। ଓଡିଶା ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଡଃ କୈଳାସ ଚନ୍ଦ୍ର ଟିକାୟତରାୟ ସେଥିରେ ସଭାପତିତ୍ୱ କରିଥିଲେ। ଗବେଷକ ଡଃ ସୁରେନ୍ଦ୍ର କୁମାର ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି ପ୍ରାଚୀନ ସାହିତ୍ୟରେ ହାସ୍ୟ ବ୍ୟଙ୍ଗର ଧାରା ପ୍ରସଙ୍ଗ ଉପରେ ମତାମତ ରଖିଥିଲେ।ସାମନ୍ତ ଚନ୍ଦ୍ରଶେଖର ସ୍ୱଂୟଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ଡଃ ଦିଲ୍ଲିପ କୁମାର ସ୍ୱାଇଁ କହିଲେ ଆଧୁନିକ ଓଡିଆ ସାହିତ୍ୟରେ ହାସ୍ୟବେଙ୍ଗ ସ୍ଥାନ ସ୍ୱତନ୍ତ୍ର। କବିତା ହେଉ ବା ପ୍ରବନ୍ଧ ବ୍ୟଙ୍ଗ ରଚନା ପାଠକଙ୍କ ମନୋରଂଜନ କରେ। ସାହିତ୍ୟ ଏକାଡେମୀ ସଭ୍ୟ ବୀରେନ୍ଦ୍ର ମହାନ୍ତି ଶିଶୁ ସାହିତ୍ୟର ହାସ୍ୟବ୍ୟଙ୍ଗର ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ। ବାଳକୃଷ୍ଣ ବେୋହାରାଙ୍କୁ ମଂଚରେ ରାଜା ଭାବେ ବସାଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତାଙ୍କ ନିର୍ଦ୍ଦେଶରେ ସାହିତ୍ୟ ଆଲୋଚନା ଏବଂ କବିତା ପାଠୋତ୍ସବ ହୋଇଥିଲା। ସଭାପତି ଶ୍ରୀ ଟିକାୟତରାୟ କହିଲେ ହାସ୍ୟ ଓ ବ୍ୟଙ୍ଗ ସାହିତ୍ୟର ୨ ଟି ଉପାଦନ। ଏହାବିନା ସାହିତ୍ୟରେ ପୂର୍ଣ୍ଣତା ଆସିପାରିବ ନାହିଁ। ବର୍ତମାନ ପରିସ୍ତିତିରେ ମାନସିକ ଅବସାଦଯୁକ୍ତ ମଣିଷକୁ ହସଟିକେ ଦେବା ପାଇଁ ହାସ୍ୟ ଓ ବ୍ୟଙ୍ଗ ରଚନାର ଆବଶ୍ୟକତା ରହିଛି। ମଂଚପଟ୍ଟା କବି ବିଜୟ କୁମାର ଦାସ, ଦେବୀ ପ୍ରସନ୍ନ ନନ୍ଦ, ପ୍ରାଣ ମହାପାତ୍ର, ହରପ୍ରିୟା ସାହୁ, ଭିକାରୀ ଜେନା, ଶ୍ରୀ ପ୍ରକାଶ ମିଶ୍ର, ବ୍ୟଙ୍ଗ କବିତା ପାଠ କରିଥିଲେ। ରତ୍ନାକର ବେହେରା, ବାଳକୃଷ୍ଣ ବେହେରା, ସୁଧାଶୁଂ ବାଳା ଦାଶ ଓ ଜୟନ୍ତ କୁମାର ଦାଶ ବ୍ୟଙ୍ଗ ନାଟକ ପରିବେଶଣ କରିଥିଲେ। ବଦ୍ରି ମିଶ୍ର, ଗୀତାଞ୍ଜଳୀ ପଣ୍ଡା ଏବଂ ସଂଜୟ ଛୁଆଳ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top