ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶରଧାବାଲିରେ ଚାଲୁଥିବା ପୁସ୍ତକମେଳାର ଶନିବାର ଥିଲା ଚତୁର୍ଥ ଦିବସ। ଚତୁର୍ଥ ସଂଧ୍ୟାରେ ମେଳା କମିଟି ପକ୍ଷରୁ ପ୍ରାଥମିକ ଚିକିତ୍ସା ଓ ଆଶୁ ଆରୋଗ୍ୟ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ରେଡକ୍ରଶ କମିଟିର ଅର୍ଥନୈତିକ ସଂପାଦକ ଗୀତାଞ୍ଜଳୀ ପଣ୍ଡା ଏଥିରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶିର୍ଷକ ସଂର୍ପକରେ ଆଲୋଜଚନା କରିଥିଲେ। ଆଲୋଚନାଚକ୍ରରେ ପ୍ରାଥମିକ ଚିକିତ୍ସା ସଂପର୍କରେ ସୂଚନା, ରକ୍ତଦାନର ଆବଶ୍ୟକତା, ଓ ଆଶୁଆରୋଗ୍ୟ ସଂପର୍କରେ ଚତୁର୍ଥ ସଂଧ୍ୟାରେ ପ୍ରଶାନ୍ତି ନ୍ୟୃତ୍ୟ ସଂଗୀତ ପରିଷଦ ପକ୍ଷରୁ ଓଡିଶୀ ନୃତ୍ୟ, ମଙ୍ଗଳା ଚରଣ, ପାଣ୍ଡିଆ ଏବଂ ଭଜନକୃତ୍ୟ ପରିବେଶଣ କରାଯାଇଥିଲା। ନୃତ୍ୟଗୁରୁ ସାଗରିକା ମହାପାତ୍ରଙ୍କ ପରିଚାଳନାରେ ଶିଳ୍ପୀମାନେ ନୃତ୍ୟ ପରିବେଶଣ କରିଥିବା ବେଳେ ଶ୍ୟାମ ପ୍ରକାଶ ସେନାପତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।