ପୁଲିସ ହେପାଜତରେ ଥିବା ମାଓବାଦୀ ପାଇଖାନା ଗୃହରେ ଫାସି ଲଗାଇଦେଲା, ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ, ପୁଲିସର ଉଚ୍ଚସ୍ତରୀୟ ଦତନ୍ତ ଆରମ୍ଭ

ମାଲକାନଗିରି, ୨୮ା୧୨ (ଓଡିଆ ପୁଅ ) ପୁଲିସ ହେପାଜତରେ ଥିବା ଜଣେ ଗିରଫ ମାଓବାଦୀ ପାଇଖାନା ଗୃହରେ ଫାସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଜିଲ୍ଲାରେ ମୁଖ୍ୟଚର୍ଚାର ବିଷାୟ ପାଲଟିଛି,  ବୁଧବାର ଦିନ ମାଲକାନଗିରି ଜିଲ୍ଲାପୁଲିସ କୁ ଏକ ବଡ ଧରଣ ସଫଳାତା ମିଳିଥିଲା, ବିଭିନ୍ନ ସ୍ଥାନରେ ଗ୍ରାମବାସିଙ୍କୁ ହତ୍ୟା ଅଭିଯୋଗରେ ୧୨ଜଣ ମାଓବାଦୀ ଓ ମଲିସିଆ ସଦସ୍ୟଙ୍କୁ ପୁଲିସ ଗିରଫ କରିଥିଲେ। ସେହି ଗିରଫ ମାଓବାଦୀ ମାନଙ୍କୁ ଗତ କାଲି ଦିନ ୪ଟା ବେଳେ କୋର୍ଟ ଚାଲାଣ କରିବା ପାଇଁ ପୁଲିସ କାଗଜ ପତ୍ର ପ୍ରସ୍ତୁତିକରୁଥିବା ବେଳେ ମାଓବାଦୀଙ୍କ ସକ୍ରିୟ ମିଲିସିଆ ସଦସ୍ୟ ଜଣେ ଝାଡା ଯିବି କହି ପାଇଖାନାକୁ ଯାଇଥିଲା। ପାଇଖାନାରୁ ଆସିବାରେ ବିଳମ୍ବ ହେବାଦେଖି ପୁଲିସ ମାନେ ପାଇଖାନା ଗୃନିକଟକୁ ଯାଇ ତାକୁ ଡାକିଥିଲେ। ପାଇଖାନା ରୁ ସେ ନ ଭାହାରିବାରୁ ପୁଲିସ ମାନେ ପାଇଖାନା କବାଟ ଭାଙ୍ଗି ଦେଖିବାବେଳକୁ ସେ ନିଜ ଗାମୁଛାରେ ପାଇଖାନା ଘର ବିମରେ ଫାସି ଲଗାଇଦେଇ ଝୁଲୁଛି। ସଙ୍ଗେ ସଙ୍ଗେ ପୁଲିସ ମାନେ ଏସପି ଙ୍କୁ ଜଣାଇ ମାଲକାନଗିରି ଜିଲ୍ଲା ହସପିଟାଲକୁ ନେଇ ଚିକିତ୍ସା କରିଥିଲେ। ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ସୋମାର ମୃତ୍ୟୁ ଘଟିଥିଲା। ସୋମା ପରିବାରଙ୍କୁ ପୁଲିସ ଜଣାଇ ତାଙ୍କର ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରିଦିଆ ଯାଇଛି।

ମାଲକାନଗିରି ଏସପି ଜଗମୋହନ ମୀନା ଆଜି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ ଗିରଫ ମାଓବାଦୀ ଜଣେ ପାଇଖାନା ଯିବା ବାହାନାରେ ନିଜ ଗାମୁଛାରେ ଫାସିଲଗାଇ ଦେବା ଓ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ତାର ମୃତ୍ୟୁହେବା ସଂପର୍କରେ କହିଥିଲେ। ଗତ କାଲି ଗିରଫମାଓବାଦୀ ମାନଙ୍କୁ କୋର୍ଟ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସୋମା କହିଥିଲା ତାକୁ ଝାଡା ଲାଗୁଛି, ପୁଲିସମାନେ ତାକୁ ପାଇଖାନା ରେ ନେଇ ଛଢିଦେଇ ଆସିଥିଲେ। ସୋମା ବହୁତ ସମୟ ପର୍ଯ୍ୟନ୍ତ ନ ଫେରିବାରୁ କଣ ହେଲା ବୋଲି ପୁଲିସ ମାନେ ପାଇଖାନା ନିକଟକୁ ଯାଇ ଡାକିଥିଲେ, ସେ କିଛି ନ ଶୁଣିବାରୁ ପାଇଖନା କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ତାକୁ ଉଦ୍ଧାର କରି ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଇ ଥିଲା। ଚିକିତ୍ସା ଧିନ ଅବସ୍ଥାରେ କିଛି ସମୟପରେ ସୋମାର ମୃତ୍ୟୁଘଟିଥିଲା। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଶବର ଇନକ୍ବିଷ୍ଟ କରା ଯାଇ ଶବ ବ୍ୟବଛେଦ ପରେ ସୋମାର ମୃତ ଶରୀର ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଦିଆଯାଇଛି। ସୋମା କେଉଁ ପରିସ୍ଥିରେ ନିଜ ବେକରେ ଫାସି ଲଗାଇଲା ଆତ୍ମହତ୍ୟାକରୁଥିଲା ତାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି,  ମାନବଅଧିକାର ବିଭାଗ ଡିଏସପି ଙ୍କୁଏହି ତଦନ୍ତ ଦାଇତ୍ୱ ଦିଆ ଯାଇଛି, ଜାତୀୟ ମାନବ ଅଧିକାର କତମିଶନର ଙ୍କ ନିୟମ ଅନୁସାରେ ସମସ୍ଥ କାର୍ଯ୍ୟକରା ଯାଇ ଏହି ମୃତ୍ୟୁ ସଂପର୍କରେ ତଦନ୍ତ ଚାଲିଛି ବୋଲି ଏସପି ଶ୍ରୀ ମୀନା ସୂଚନା ଦେଇଛନ୍ତି। ପୁଲିସ ହେପାଜତରେ ଥିବା ମାଓବାଦୀ ଅଭିଯୋଗରେ ଗିରଫ ସୋମା ର ମୃତ୍ୟୁ କୁନେଇ ତାଙ୍କ ପରିବାର ପୁଲିସର କାର୍ଯ୍ୟ ପ୍ରତି ସନ୍ଦେହ କରିବାସହିତ ମହୁପଦର ଅଚଂଳରେ ଏହା ମୁଖ୍ୟଚର୍ଚାର ବିଷୟପାଲଟିଛି।

Leave a Reply

Your email address will not be published. Required fields are marked *