କେନ୍ଦୁଝର

ପୁଲିସ ହେପାଜତରୁ ଟ୍ରକ ଲୁଟେରା ଚମ୍ପଟ

ବଡ଼ବିଲ – ୦୬-୧୧ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) : ଯୋଡା ଥାନାରେ ଅଟକ ଥିବା ୩ ଜଣ ଟ୍ରକ ଲୁଟେରାଙ୍କ ମଧ୍ୟରୁ ମୁଖ୍ୟ ଆସାମୀ ପୁଲିସକୁ ଚଖମା ଦେଖାଇ ଚମ୍ପଟ ମାରିବା ଘଟଣା ସମଗ୍ର ଯୋଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ ଯେ, ଯୋଡା ଥାନା ତଥା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ସିଆଳିଯୋଡା ପାର୍କିଂରୁ ଗତ ଶୁକ୍ରବାର ରାତିରେ ଏକ ହାଇୱା ଟ୍ରକ ନଂ. ଓଡି ୦୯ସି-୬୪୪୧ଟିକୁ ୫ଜଣ ଦୁର୍ବତ ଲୁଟ କରିନେଇଥିଲେ। ସୋମବାର ଦିନ ଝାରଖଣ୍ଡର ନୂଆମୁଣ୍ଡି ପୁଲିସ ସହାୟତାରେ ଯୋଡା ପୁଲିସ ସୀମାନ୍ତ ଝାଡଖଣ୍ଡର ଡୁମକା ଜିଲାର ରାମମୁଡ ଇଲାକାରୁ ଉଦ୍ଧାର କରିଥଲା। ତେବେ କୌଣସି ସୂତ୍ରରୁ ସୁରାଗ ପାଇ ପୁଲିସ ୫ଜଣଙ୍କ ମଧ୍ୟରୁ ୩ଜଣ ଅଭିଯୁକ୍ତ ମୁଟୁ ମାଝି (୩୦), ମହମ୍ମଦ ମୁସାଫିର (୨୭) ଓ ମହମ୍ମଦ ଛୋଟୁ ଅନସାରୀ (୨୫)ଙ୍କୁ ପୁଲିସ ଝାଡଖଣ୍ଡରୁ ଆଣି ଯୋଡାରେ ଅଟକ ରଖିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ମୁଟୁ ମାଝି କୌଶଳ କ୍ରମେ ପୁଲିସକୁ ଚଖମା ଦେଖାଇ ଫେରାର ହୋଇଯାଇଥିଲା। ଏବେ ଏହି ଘଟଣା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ପୁଲିସ ଲୁଟେରାଙ୍କ ମଧୁଚନ୍ଦ୍ରିକା ଅଭିଯୋଗକୁ ସ୍ପଷ୍ଟ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ହାଇୱା ଟ୍ରକଟି କେଜେଏସ୍ ଆଲୁ୍ୟୱାଲିଆର ନୂଆଗାଁ ଲୌହ ଖଣିର ଡି.ଟପ୍ କ୍ୱାରୀରୁ ଲୁହାପଥର ବୋଝେଇ କରି ଦେଓଝରସ୍ଥିତ ଜିନ୍ଦଲ କାରଖାନାରେ ଖଲାସ କରିବାକୁ ବାହାରିଥିଲା। ତେବେ ବିଳମ୍ବିତ ରାତ୍ରିରେ ଏହି ଲୁଟେରାମାନେ ଏକ ବୋଲେରୋ ଏବଂ ସ୍କୁଟରରେ ଆସି ଡ୍ରାଇଭର ବିଶ୍ନୁ ମୁଣ୍ଡା ଓ ହେଲଫର ସୁରେଶ ମୁଣ୍ଡାଙ୍କୁ ବନ୍ଧୁକ ଦେଖାଇ ପ୍ରଥମେ ସମେନଙ୍କ ହାତ-ଗୋଡ ଏବଂ ମୁହଁ ବାନ୍ଧି ରାସ୍ତା କଡରେ ଫିଙ୍ଗି ଦେଇ ହାଇୱାଟିକୁ ନେଇ ନୂଆମୁଣ୍ଡି ଅଭିମୁଖେ ପଳାଇଥିଲେ। କୌଣସି ସ୍ଥାନରେ ବୋଝେଇ ଲୁହାପଥରକୁ ଫିଙ୍ଗି ଦେଇ ହୁଣ୍ଡୁଳା ବାଟ ଦେଇ ନୂଆମୁଣ୍ଡି ରାସ୍ତାରେ ଝାରଖଣ୍ଡ ରାଜ୍ୟକୁ ନେଇଯାଇଥିଲେ। ସେଠାରେ କୌଣସି ଏକ ଚୋରା ବେପାରୀଙ୍କୁ ସେମାନେ ୩ ଲକ୍ଷ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ପୁଲିସ ପାଖରେ ସ୍ୱୀକାର କରିଛନ୍ତି। ବିଲେଇପଦା ଫାଣ୍ଡି ଅଧିକାରୀ ନରେଶ କୁମାର ଦାସଙ୍କ ନେତୃତ୍ୱରେ ଝାଡଖଣ୍ଡ ପୁଲିସର ସହାୟତାରେ ଝାଡଖଣ୍ଡ ରାଜ୍ୟ ସୀମାନ୍ତ ଅଞ୍ଚଳରୁ ଏହି ଲୁଟ ହାଇୱାଟିକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାଟିରେ ଏବେ ମଧ୍ୟ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ପୁଲିସ ଟେର ପାଇ ପାରିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top