ପୁଲିସ ସୂଚନା ଦାତା ସନ୍ଦେହରେ ପୋଷ୍ଟ ମାଷ୍ଟରଙ୍କୁ ମାଓବାଦୀ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ

ମାଲକାନଗିରି, ୯।୮ (ଓଡ଼ିଆ ପୁଅ) ଚିତ୍ରକୋଣ୍ଡା ଥାନାସ୍ଥ ପପୁଲୁର ପଞ୍ଚାୟତ ପୋଷ୍ଟ ମାଷ୍ଟ୍ର ନାରାୟଣ ପଲାଷୀ (୪୫) ଙ୍କୁ ମାଓବାଦୀମାନେ ଗତକାଲି ମଧ୍ୟ୍ୟ ରାତ୍ରରେ ତାଙ୍କ ଘର କମଳାପଦର ଗ୍ରାମରୁ ଅପହରଣ କରିନେଇ ପ୍ରଜକୋର୍ଟରେ ମୃତ୍ୟୁ ଦଣ୍ଡ ଦେଇଛନ୍ତି। ପ୍ରଜାକୋର୍ଟରେ ତାଙ୍କୁ ବାନ୍ଧି ପୁଲିସର ସୂଚନା ଦାତା କହି ନିସ୍ତୁକ ମାଡ଼ ଦେଇ ଗୁଳିମାରି ହତ୍ୟା କରି କମଳା ପଦର ଜଙ୍ଗଲ ରାସ୍ତା ରେ ଫିଙ୍ଗି ଦେଇପଳାଇଥିଲେ। ମୃତ ଶରୀର ନିକଟରେ ମାଓବାଦୀମାନେ କାହିଁକି ହତ୍ୟାକଲେ ବୋଲି ଏକ ହାତ ଲେଖା ଚିଠି ଛାଡି ଦେଇଯାଇଛନ୍ତି।

ଆଜି ସକାଳେ ପରିବାର ଲୋକେ ବହୁତ ଖୋଜା ଖୋଜି କଲାପରେ ଗାଁ ମୁଣ୍ଡରେ ମୃତ ଶରୀର ପଡିଥିବାର ଜାଣିପାରି ଶବକୁ ଘରକୁ ଆଣି ଚିତ୍ରକୋଣ୍ଡା ଥାନାକୁ ଜଣାଇବାରୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗତ କାଲିରାତ୍ରରେ ପ୍ରାୟ ୧୫ ରୁ ୨୦ଜଣ ମାଓବାଦୀ କମଳା ପଦର ଗ୍ରାମରେ ପହଁଚି ନାରୟଣ ପଳାଷୀଙ୍କୁ ଘରୁ ଉଠାଇ ନେଇ ଜଙ୍ଗଲକୁ ପଳାଇଥିଲେ। ତାଙ୍କୁ କାହିଁକି ହତ୍ୟା କରାଗଲା ସେସମ୍ପର୍କରେ ପୁଲିସ ତଦନ୍ତକରି ସେ ଅଞ୍ଚଳରେ ପୁଲିସ ପକ୍ଷରୁ ଜୋରଦାର କମ୍ବି ଅପରେସନ ଓ ସର୍ଚ୍ଚ ଅପରେସନ ଚାଲିଛି। ଶବକୁ ତାଙ୍କ ପରିବାର ଘରକୁ ନେଇ ଯାଇଥିବାରୁ ଘଟଣା ସ୍ଥଳରେ ପୁଲିସ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ମୃତ ଶରୀରକୁ ଡାକ୍ତରଖାନାକୁ ନେବା ପାଇଁ ତାଙ୍କ ପରିବାରଙ୍କୁ ବୁଝା ଯାଉଛି ବୋଲି ଏସ.ପି.ଜଗ ମୋହନ ମୀନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *