ad
ଓଡ଼ିଶା

ପୁଲିସ ମାଡରେ ପୁଲିସର ମୃତ୍ୟୁ ଅଭିଯୋଗ

ବାରିପଦା ୨୯-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ପୁଲିସ ପାଇଁ ଲଜ୍ଜା। ପୁଲିସ ହାତରେ ପୁଲିସର ମୃତ୍ୟୁ। ଥାନାରେ କନେଷ୍ଟବଳ ଗୋଇଠା ମାଡରେ କନେଷ୍ଟବଳର ମୃତ୍ୟୁ। ଏଭଳି ଅଭିଯୋଗ କରିଛନ୍ତି ମୃତ କନେଷ୍ଟବଳଙ୍କ ପୁଅ ଓ ଝିଅ। ଖବର ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ତିରିଂ ଥାନାରେ ଘଟିଛି ଅଭାବନୀୟ ଘଟଣା। ଡ୍ୟୁଟିରେ ଥିବା କନେଷ୍ଟବଳ ସୁରେଶ ଚନ୍ଦ୍ର ମହାନ୍ତଙ୍କ ଉପରେ କୌଣସି କାରଣରୁ ଆକ୍ରମଣ କରିଥିଲେ ଅନ୍ୟଜଣେ କନେଷ୍ଟବଳ ଧୀରେନ୍ଦ୍ର ନାଥ ମହାନ୍ତ (୫୯୧)ନଂ। ତେବେ ଲଗାତାର ମୃତ କନେଷ୍ଟବଳ ସୁରେଶ ମହାନ୍ତଙ୍କ ଅଣ୍ଡକୋଷକୁ ଗୋଇଠା ମାଡ଼ ଯୋଗୁଁ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ସେଣ୍ଟ୍ରି ଡ୍ୟୁଟିରେ ଥିବା କର୍ମଚାରୀ ଅନ୍ୟମାନଙ୍କ ସହଯୋଗରେ ଆଣିଥିଲେ ସ୍ଥାନୀୟ ଡାକ୍ତରଖାନା। ହେଲେ ଡାକ୍ତରଖାନାରେ ସୁରେଶଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଏଘଟଣା ଘଟିବା ସମୟରେ ଥାନାରେ ସେଣ୍ଟ୍ରି ଡ୍ୟୁଟିରେ ଥିବା କର୍ମଚାରୀ ଦେଖିଥିବା ଆଲୋଚନା ହେଉଥିବା ବେଳେ ଏନେଇ ମୃତ କନେଷ୍ଟବଳଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ପ୍ରଦାନ ଦାବି କରିଛନ୍ତି।

ଏନେଇ ତିରିଂ ଥାନାର ଆଇଆଇସିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଏଭଳି ଅଭିଯୋଗକୁ ଏଡାଇଯାଇଥିଲେ।
ତେବେ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଘଟଣାର ସତ୍ୟତା ଉନ୍ମୋଚିତ ହୋଇ ପାରିବ ବୋଲି ମତପ୍ରକାଶ ପାଉଛି। ଅନ୍ୟପଟେ ଅଘଟନାକୁ ନେଇ ମୃତ କନେଷ୍ଟବଳ ସୁରେଶ ମହାନ୍ତ ଙ୍କ ଝିଅ ଦାବିକରିଛନ୍ତି ଯେ, ମାଡ଼ ମାରି ମାରିଦେଇଥିବା କନେଷ୍ଟବଳ ଧୀରେନ୍ଦ୍ର ମହାନ୍ତ କୁ ତୁରନ୍ତ ଗିରଫ କରାଯିବା ସହ ତାଙ୍କ ଭାଇକୁ ଚାକିରୀ ଯୋଗାଇ ଦେବା ସହିତ ଉଚିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top