ପୁଲିସ ମାଓବାଦୀ ଗୁଳି ବିନିମୟ ୧୪ ମାଓବାଦୀ ମୃତ

ସୁକମା ୬-୮ (ଓଡ଼ିଆ ପୁଅ) ବସ୍ତରର ସବୁଠାରୁ ସମ୍ବେଦନଶୀଳ ଜିଲ୍ଲା ସୁକମାରେ ମାଓବାଦୀ ଏବଂ ପୁଲିସ୍ ମଧ୍ୟରେ ଗୁଳିବିନିମୟ ଫଳରେ ୧୪ ମାଓବାଦୀ ମୃତ ହୋଇଥିବାର ଖବର ମିଳିଛି। ଜଙ୍ଗଲରେ ପୁଲିସ ଏବଂ ସୁରକ୍ଷାବଳଙ୍କର ଟିମର ଏହା ଏକ ବଡ଼ ସଫଳତା। ଏସପି ଅଭିଷେକ ମିଣା ଏହି ଘଟଣାର ପୁଷ୍ଟି କରିଛନ୍ତି। କୁହାଯାଉଛିଯେ, କି ସେଠାରେ ପ୍ରାୟତଃ ୨୦୦ ମାଓବାଦୀ ଉପସ୍ଥିତ ଥିଲେ। ପୁଲିସ ବଳକୁ କୌଣସି ପ୍ରକାରର କ୍ଷତି ହୋଇଥିବାର ସୂଚନା ମିଳିନାହିଁ।

ସୂଚନା ମୁତାବକ ଗୋଲାପଲ୍ଲୀ ଥାନା କ୍ଷେତ୍ରରେ ସୋମବାରଦିନ ସକାଳେ ଜବାନମାନେ ସର୍ଚ ଅପରେସନ୍ ରେଥିଲେ। ଏହି ସମୟରେ ମାଓବାଦୀମାନଙ୍କର ସାମନା ହୋଇଥିଲା। ଦୁଇପକ୍ଷରୁ ପ୍ରାୟତଃ ୧ ଘଣ୍ଟା ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା। ତା’ ପରେ ମାଓବାଦୀମାନଙ୍କର ତରଫ ଫାଇରିଙ୍ଗ ବନ୍ଦ ହୋଇଯାଇଥିଲା। ଜବାନମାନଙ୍କୁ ଦେଖି ମାୋବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

Leave a Reply

Your email address will not be published. Required fields are marked *