ଜିଲ୍ଲା ପରିକ୍ରମା

ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ ,ମାଓଦମନ ନେଇ ଉଚ୍ଚସ୍ତରୀୟ ବୈଠକ

ମାଲକାନଗିରି,୨୭ା୩ (ଓଡିଆ ପୁଅ ) ଆଜି  ସ୍ୱତନ୍ତ୍ର ପବନହଂସ ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଡ.ରାଜେନ୍ଦ୍ରପ୍ରସାଦଶର୍ମା ମାଲକାନଗିରି ଜିଲ୍ଲାଗସ୍ତକରି ପ୍ରଥମେ ଏମଭି୩ ଠାରେ ଥିବା ବିଏସଏଫ କ୍ୟାମ୍ପରେ ଅବତରଣ କରିଥିଲେ, ମାଓବାଦୀ ମାନଙ୍କୁ ଦୃଢହସ୍ତରେ ଦମନକରାଯିବା ସହିତ ଆନ୍ଦ୍ର ଓଡିଶା ଛତିଶଗ ତିନୋଟି ରାଜ୍ୟର ମିଳିତ ଅପରେସନକୁ ଯୋରଦାର କରାଯିବ,ଆବସ୍ୟକ ପଡିଲେ ମାଓପ୍ରବଣ ବିଛିନ୍ନାଅଚଂଳରେ ଅଧିକ ପୁଲିସ କ୍ୟାମ୍ପ ପ୍ରତିଷ୍ଟା କରାଯିବ, ଗୁରୁପ୍ରୀୟା ସେତୁ ନିର୍ମାଣକାମ ଖୁବ ଶିଘ୍ର ସରିବ ବୋଲି ଡିଜିପି ଶ୍ରୀ ଶର୍ମା ମାଲକାନଗିରି ଗସ୍ତ ସମୟରେ କହିଛନ୍ତି ।  ଆଜି ମଧ୍ୟାହ୍ନରେ ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ମାଓଦମନ ନିତି ସଂପର୍କରେ ରୁଦ୍ଧଦ୍ୱାର ଉଚ୍ଚସ୍ତରୀୟ ଆଲୋଚନା ସହିତ ମାଓସମୀକ୍ଷା ବୈଠକ କରିଥିଲେ । ଡିଜିପି ଙ୍କ ସହିତ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନିଲରାୟ,ଆଇଜି ଅପରେସନ ଶ୍ରୀ ଆର.କେ.ଶର୍ମା,ଏଡିଜେ ଶ୍ରୀ ଆର.ପି କୋଚେ,ଏସ.ଓ.ଜି. କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ.ମାଲକାନଗିରି ଏସପି ଜଗମୋହନ ମୀନା,ବିଏସଏଫ ଆଇଜି,ବିଏସଏଫ ଡିଆଇଜି.ଙ୍କ ସହିତ ଅନ୍ୟାନ ଉଚ୍ଚପୁଲିସ ଅଧିକାରୀ ମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ପୁର୍ବ ଅପେକ୍ଷା ଓଡିଶାରେ ମାଓହିଂସା କମିଛି,ପୁଲିସ ଦ୍ୱାରା ବହୁ ମାଓବାଦୀଙ୍କ ଦୁର୍ଗଭୁଷିଡିପଡିବା ସହିତ ଅନେକ ମାଓବାଦୀ ହିଂସା ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ମାଓବାଦୀ ମାନେ ଅସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସନ୍ତୁ,ହିଂସା ନଛାଡିଲେ ମାଓବାଦୀଙ୍କୁ ଦୃଢହସ୍ତରେ ଦମନ କରା ଯିବ, ଓଡିଶା,ଆନ୍ଦ୍ର, ଛତିଶ ଗଡ ତିନୋଟିରାଜ୍ୟର ମିଳିତ ଭାବେ ମାଓଦମନ ପାଇଁ ଅପରେସନ ଆରମ୍ଭ ହୋଇ ଯିବ ବୋଲି ଡିଜିପି ଶ୍ରୀ ଶର୍ମା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top