ଜିଲ୍ଲା ପରିକ୍ରମା

ପୁଲିସ ମହାନିଦେ୍ର୍ଦଶକଙ୍କ ଦ୍ୱାରା ଧାମରା ଥାନା ଉଦଘାଟିତ

ଭଦ୍ରକ, ୧୩ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଧାମରା ବନ୍ଦର ଆଗରେ ନବ ନିର୍ମିତ ଧାମରା ଥାନାର  ଶୁଭ ଉଦଘାଟନ ହୋଇଯାଇଛି ।ଉଦଘାଟନୀ ଉତ୍ସବରେ ଆରକ୍ଷୀ ମହାନିର୍ଦେଶକ ଡ,ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତଥି ଭାବରେ ଯୋଗ ଦେଇଥିଲେ । ସେ ନିଜର ବକ୍ତବ୍ୟରେ ପୁଲିସ ସବୁବେଳେ ଜନତାଙ୍କୁ ସୁରକ୍ଷା ଦେଇ ଆସୁଥିବା ସହ ରାଜ୍ୟ ସରକାର ପୁନଶ୍ଚ ଏହି ନୂତନ ଥାନାକୁ ଲୋର୍କାପିତ କରିବା ସହ ବାଂଶଡା ଥାନାର ଅଂଚଳ ସଙ୍କୁଚିତ ହୋଇଥିବା କଥା କହିଥିଲେ ।ଆଜିର ଏହି ଉତ୍ସବରେ ବରେଣ୍ୟ ଅତିଥି ଭାବରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ସମ୍ମାନୀତ ଅତିଥି ଭାବରେ ପୂର୍ବାଂଚଳ ଉପଆରକ୍ଷୀ ନିରୀକ୍ଷକ ଅମିତେନ୍ଦ୍ର ନାଥ ସିହ୍ନା,ଭଦ୍ରକ ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଙ୍କ ସହ ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ତ୍ରିପାଠୀ,କର୍ପୋରେଟ ଆଫେୟାର୍ସ ମିତ ମେହେଟା, ଚାନ୍ଦବାଲି ଏସଡିପିଓ ତରୁଣ କୁମାର ଦାସ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ପରିଡା,ବାଂଶଡା ଥାନା ଆଇଆଇସି ରମେଶ ସିଂ, ଧାମରା ମେରାଇନ ଆଇ ଆଇସି ମୋନାଲିସା କର,ଶ୍ରୀକାନ୍ତ ପତି,ତରୁଣ କୁମାର ସାହୁ, ରୋଜାଲିନ ସାହୁ,ବିଜୟ କୁମାର ନାୟକ ପ୍ରମୁଖ ,ବରକତ ଅଲ୍ଲୀ ଖାଁ, ଧାମରା ସରପଂଚ ପ୍ରିୟରଞନ ଜେନା, ରାଜ୍ୟ ପରିଷଦ ସଭ୍ୟ ଅଶୋକ ବଳ, ଧାମରା ଜୋନର ଜିଲ୍ଲା ପରିଷଦ ସଭ୍ୟ ଙ୍କ ପ୍ରତିନିଧି ତଥା ସମାଜସେବୀ ପରୀକ୍ଷିତ ଦାସ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କା,ଚାନ୍ଦବାଲି ଚେୟାରମେନଙ୍କ ପ୍ରତିନିଧି ରଞନ ସାହୁ, ଦୋସିଙ୍ଗା ପଂଚାୟତର ପୂର୍ବତନ ସରପଂଚ ଅଶୋକ ଜାନା, ଅତୁଲ ଜାନା, ପଂଚୁଟିକ୍ରି ପଂଚାୟତ ପୂର୍ବତନ ସରପଂଚ ଅନିଲ ନାୟକ,ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ଦିଗମ୍ବର ଦାସ, ଜାଗୁଳା ପଂଚାୟତ ସରପଂଚ ସୁରେଶ ମାହୁନ୍ତ, ଯୁବ ନେତା ଉମେଶ ମହାକୁଡ,ଦୋସିଙ୍ଗା ପଂଚାୟତ ସମିତି ସଭ୍ୟ ନରେନ୍ଦ୍ର ମାଇତି,ଙ୍କ ସମେତ ଶତାଧିକ ଲୋକ ଏହି ଉଦଘାଟନ ଉତ୍ସବରେ ଯୋଗ ଦେଇଥିଲେ । ନୂତନ ଭାବରେ ଉଦଘାଟିତ ହୋଇଥିବା ଧାମରା ଥାନାରେ ଜଣେ ଆଇ ଆଇସି , ଜଣେ ସବ ଇନ୍ସପେକ୍ଟ.ଜଣେ ଏ ଏସ ଆଇ ଏବଂ ୭ଜଣ କନେଷ୍ଟବଳଙ୍କୁ ପ୍ରାଥମିକ ଭାବରେ ନିଯୁକ୍ତି ଦିଆ ଯାଇଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ମହାନିର୍ଦେଶକ ନିଜର ବକ୍ତବ୍ୟ ରଖିଥିଲେ । ସେହି ପରି ଧାମରାରେ ଥିବା ଧାମରା ମେରାଇନ ଥାନାକୁ ଅପଗ୍ରେଡସନ କରିବା ସହ ଉନ୍ନତ ମାନର ବୋଟ ଏବଂ ଷ୍ଟାଫ ମାନଙ୍କୁ କୌଶଳ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top