ପୁଲିସ ପକ୍ଷରୁ ମକଡ୍ରୀଲ

ପୁରୀ:୧୨/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଆଜି ରିଜର୍ଭ ପୁଲିସ ଲାଇନ ପଡିଆରେ ହୋଇଥିଲା ରଥ ଟଣାର ମକଡ୍ରୀଲ। ଅତିରିକ୍ତ ଡିଜି ସତ୍ୟଜିତ୍ ମହାନ୍ତିଙ୍କ ନେତୃତ୍ୱରେ ହୋଇଥିବା ଏହି ମଗଡ୍ରୀଲ ପୁଲିସ, ମାଜିଷ୍ଟ୍ରେଟ ଏକାଠି ହୋଇ ରଥଟଣାର ଅଭ୍ୟାସ କରିଥିଲେ। ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା କୁହାଯାଉଛି। ଅପରପକ୍ଷରେ ପୁରୀ ଆକାଶକୁ ନୋ କ୍ରାଇମ ଜୋନ୍ ଭାବେ ଘୋଷଣା କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମନା କରିଛି। ରଥଯାତ୍ରାରେ ୨୦ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ରଥଟଣାର ମଗଡ୍ରୀଲ କରାଯାଇଥିଲା। ପୁଲିସ ଲାଇନ ପଡିଆରେ ତିନୋଟି ଜିପ୍କୁ ତିନୋଟି ରଥ ଭାବେ ନେଇ କର୍ଡନ ଓ ଦୌଡି ଲଗାଯାଇ ରଥଟଣାର ଅଭ୍ୟାସ କରାଯାଇଥିଲା। ର୍ୟାପିଡ ଆକ୍ସନ ଫୋର୍ସ, ଏସ୍ଓଜି ଜବାନ, ସୁଇପ୍ ଆକ୍ସନ ଫୋର୍ସ ଓ ପୁଲିସ ବାହିନୀ ଏଥିରେ ଭାଗ ନେଇଥିଲେ। ଏଡିଜିଙ୍କ ଉପସ୍ଥିତିରେ ପୁଲିଓ ଓ ମାଜିଷ୍ଟ୍ରେଟ ଏକାଠି ହୋଇ ରଥଟଣା ସମ୍ପର୍କରେ ସମସ୍ତ ସୂଚନା ଓ ପ୍ରଶିକ୍ଷଣ ଦେଇଥିଲେ। ଏହି ରଥଟଣା ଅଭ୍ୟାସ କାର୍ଯ୍ରକ୍ରମରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନଶୃଙ୍ଖଳା ଆଇଜି ଅମିତାଭ ଠାକୁର, ଏସ୍ପି ଡଃ. ସାର୍ଥକ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *