ad
ଜିଲ୍ଲା ପରିକ୍ରମା

ପୁଲିସ ପକ୍ଷରୁ ଜାତୀୟ ରାଜପଥରେ ବାଇକ ଯାଂଚ, ୧୦ ହଜାରରୁ ଉର୍ଦ୍ଧ‌୍ୱ ଟଙ୍କାର ଜରିମାନା ଆଦାୟ

ଯାଜପୁର, ୧୫/୫(ଓଡିଆ ପୁଅ/ମାନସ ରାଉତ)ବଡଚଣା ଓ ବୈରୀ ଥାନା ପକ୍ଷରୁ ମଙ୍ଗଳବାର ସକାଳେ ୧୬ ନମ୍ବର ଜାତୀୟ ରାଜପଥରେ ପୃଥକ ପୃଥକ ବାଇକ ଯାଞ୍ଚ କରାଯାଇ ୧୦ ହଜାର ୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଜାତୀୟ ରାଜପଥ କଡାଇ ଛକ ନିକଟରେ ଏହି ଯାଞ୍ଚ କରିଥିଲେ। ବିନା ହେଲମେଟରେ ବାଇକ ଚଳାଉଥିବା ବାଇକ ଆରୋହିଙ୍କ ଠାରୁ ୧୦୦ ଟଙ୍କା ଜରୀମାନା ବାବଦକୁ ଆଦାୟ କରିଥିବା ସହ ସିଟବେଲ୍ଟ ବ୍ୟବହାର କରିନଥିବା ଚାଳକଙ୍କ ଠାରୁ ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବଡଚଣା ଥାନା ପକ୍ଷରୁ ୪୬୦୦ ଟଙ୍କା ଆଦାୟ କରାଯାଇଥିବା ବେଳେ ବୈରୀ ଥାନାଧିକାରୀ ନିରଞ୍ଜନ ଶବରଙ୍କ ନେତୃତ୍ୱରେ ପ୍ରମୁଖ ୧୬ ନମ୍ବର ଜାତୀୟ ରାଜପଥ ନେଳିଆ ଛକ ନିକଟରେ ଯାଞ୍ଚ କରିଥିଲେ। ବିନି ହେଲମେଟରେ ବାଇକ ଚଳାଉଥିବା ୪୮ ଜଣ ଚାଳକଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ବେଳେ ସିଟବେଲ୍ଟ ବ୍ୟବହାର ନକରି ୧୨ଟି ଚାରିଚକିଆ ଗାଡି ଠାରୁ ୨୦୦ ଟଙ୍କା ଲେଖାଏଁ ଜରିମାନା ବାବଦକୁ ମୋଟ ୬୦୦୦ ଟଙ୍କା ଆଦାୟ କରାଯାଇଥିବା ଜଣାଯାଇଛି। ଏହି ଯାଞ୍ଚ ପକ୍ରୀୟାକୁ ତ୍ୱରାନ୍ୱିତ କରିବାକୁ ଯାଜପୁର ଏସପି ଚରଣସସିଂହ ମୀନା ଛତିଆ ନିକଟରେ ପହଞ୍ଚିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top