ପୁଲିସ ଚେକିଂ, ଅଟୋ ଫେରାର, ହଇରାଣ ହେଲେ ଛାତ୍ରଛାତ୍ରୀ

ରାଉରକେଲା ୫-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ପ୍ରତିଦିନ ଶହଶହ ଅଟୋରେ ସ୍କୁଲ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯିବା ଆସିବା କରିବା ଦେଖିବାକୁ ମିଳିଥାଏ। ମାତ୍ର ଆଜିର ଦିନ ଥିଲା କିଛି ଅଲଗା। ଅଟୋ ଚାଳକ ମାନେ ସ୍କୁଲ ପିଲାଙ୍କୁ ଘରୁ ନେଲେ ମାତ୍ର ପୁଲିସ ଚେକିଂ ଭୟରେ ସେମାନଙ୍କୁ ସ୍କୁଲ ଠାରୁ ୨୦୦/୩୦୦ ମିଟରରେ ଛାଡ଼ି ପଳାଇ ଯାଇଥିଲେ। ଫଳରେ ସ୍କୁଲ ପିଲାମାନଙ୍କୁ ବହୁ ହଇରାଣ ହରକତର ସମ୍ମୁଖୀନ ହେବା ଅଭିଯୋଗ ହୋଇଛି। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସେକ୍ଟର-୧୯ ସ୍ଥିତ ସେଂଟ ଯୋଶେଫ ସ୍କୁଲରେ। ବଢି ଭୋରରୁ ପୁଲିସ ପକ୍ଷରୁ ଅଟୋ ଯାଂଚ ପ୍ରକ୍ରୀୟା ଆରମ୍ଭ କରିଥିଲା। ଫଳରେ କିଛି ଅଟୋ ଚାଳକ ପୁଲିସର ହାବୁଡ଼ରେ ପଡ଼ିଥିଲେ।ପୁଲିସ ପକ୍ଷରୁ ଓଭରଲୋଡିଂ ଓ କାଗଜପତ୍ର ଯାଂଚ ପ୍ରକୀୟା ଚାଲିଥିଲା। ଯେଉଁ ଅଟୋଚାଳକ ମାନେ ପୁଲିସ ହାବୁଡରେ ଧରାପଡ଼ିଲେ, ସେମାନେ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଅଟୋଚାଳକଙ୍କୁ ପୁଲିସ ଚେକିଂ ସମ୍ପର୍କରେ ସତର୍କ କରାଇଥିଲେ। ଫଳରେ ଅନ୍ୟ ଅଟୋ ଚାଳକ ମାନେ ଏପଟେ ସେକ୍ଟର-୧୮ ସ୍ଥିତ ପୋଲ ପଖରୁ ହିଁ, ଓହ୍ଲାଇ ଦେଇ ସ୍କୁଲକୁ ଚାଲି ଚାଲି ଯିବାକୁ କହିଥିବା ବେଳେ ଅନ୍ୟପଟେ ସେକ୍ଟର-୧୯ ସ୍ଥିତ ଆଇଜିଏଚ ଛକରୁ ଅନ୍ୟ ଅଟୋଚାଳକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଅଟୋରୁ ଓହ୍ଲାଇ ଦେଇ ଚାଲିଯିବାକୁ କହିଥିଲେ। ଶୀତଦିନର କୁହୁଡ଼ିଆ ପାଗରେ ସ୍କୁଲ ପିଲାମାନେ ବିଭିନ୍ନ ସ୍କୁଲକୁ ଚାଲି ଚାଲି ଯିବା ଦୃଶ୍ୟ ଦୟନୀୟ ହୋଇଥିଲା। ଏପରି ଘଟଣାକୁ ଅଭିଭାବକ ମହଲରେ ନିନ୍ଦା କରାଯାଇଛି।

Leave a Reply

Your email address will not be published. Required fields are marked *