ଜିଲ୍ଲା ପରିକ୍ରମା

ପୁଲିସ କମ୍ପ୍ୟୁଟର ଟ୍ରେନିଂ କେନ୍ଦ୍ର ଉଦ୍ଘାଟିତ

ପୁରୀ:୧୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରିଜର୍ଭ ପୁଲିସ ଲାଇନ ପରିସରରେ ପୁଲିସ କର୍ମଚାରୀମାନଙ୍କ ପିଲାଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଆରକ୍ଷୀ ଅଧିକ୍ଷିକ ଡଃ. ସାର୍ଥକ ଷଡଙ୍ଗୀ ରିବନ କାଟି ଏହି କମ୍ପ୍ୟୁଟର କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ଏସ୍ପି ଶ୍ରୀ ଷଡଙ୍ଗୀ କହିଲେ ଯେ ପ୍ରାଥମିକ ପର୍ଯ୍ୟାୟରେ ୨୫ଜଣ ପୁଲିସ ପିଲାମାନଙ୍କୁ ଏଠାରେ ବେସିକ୍ କମ୍ପ୍ୟୁଟର ତାଲିମ ପ୍ରଦାନ କରାଯିବ। ଭୁବନେଶ୍ୱରର ଲକ୍ଷ୍ୟ ଏକାଡେମୀ ଏଥିରେ ସହଯୋଗ କରୁଛନ୍ତି। ଜଣେ ସବ୍ଇନ୍ସିପେକ୍ଟର, ଜଣେ କନେଷ୍ଟବଳ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ସମ୍ପର୍କରେ ତାଲିମ ପ୍ରଦାନ କରିବେ। ଟ୍ରେନିଂ ପରେ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ। ଗ୍ରୀଷ୍ମଛୁଟି ଅବସରରେ ଏହି ତାଲିମ ଆୟୋଜିତ ହେଉଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଲକ୍ଷ୍ୟ ଏକାଡେମୀର ସହଯୋଗରେ ବାହାର ଛାତଛାତ୍ରୀମାନଙ୍କୁ ମଧ୍ୟ ଏଠାରେ କମ୍ପ୍ୟୁଟର ତାଲିମ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଡିଆଇଭି ଡିଏସ୍ପି ଉମାକାନ୍ତ ମଲ୍ଲିକ, ହେଡକ୍ୱାଟର ଡିଏସ୍ପି ସସ୍ମିତା ମହାନ୍ତି, ଆରଆଇ ଚନ୍ଦ୍ରଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top