ଜିଲ୍ଲା ପରିକ୍ରମା

ପୁଲିସ କନେଷ୍ଟବଳ,ଏସଏସ ବାଟାଲିୟନ ନିଯୁକ୍ତି ପାଇଁ ପରୀକ୍ଷା,ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇଲେ ମାହେଶ୍ୱରୀ ଯୁବ ସଂଗଠନ

ମାଲକାନଗିରି, ୬ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଜିଲ୍ଲା ପୁଲିସ କନେଷ୍ଟବଳ, ଓଏସପି ୪ର୍ଥ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନରେ ସିପାହୀ ପଦବୀରେ ନିଯୁକ୍ତି ନିମନ୍ତେ ପରୀକ୍ଷା ଆରମ୍ଭ ହୋଇଛି। ଜିଲ୍ଲା ପୁଲିସର କନେଷ୍ଟବଳ ୫୬ ଟି ପଦବୀ ପାଇଁ ୮୫୬ ଜଣ ଓ ଓଏସପି ୪ର୍ଥ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ୧୦୪ଟି ପଦବୀ ପାଇଁ ୩୦୦୦ ଜଣ ପ୍ରାର୍ଥୀ ଦରଖାସ୍ତ କରିଛନ୍ତି। ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ପଡିଆ ଠାରେ ଜିଲ୍ଲା ପୁଲିସ କନେଷ୍ଟବଳ ଓ ଜିଲ୍ଲାକ୍ରୀଡା ଛାତ୍ରବାସ ଷ୍ଟାଡିୟମ ଠାରେ ଓଏସପି ୪ର୍ଥ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନର ଶାରୀରିକ ପରୀକ୍ଷା କେନ୍ଦ୍ର ଖୋଲାଯାଇ ପ୍ରାର୍ଥୀଚୟନ ପ୍ରକ୍ରିୟା ଚାଲିଛି। ଏହି ପରୀକ୍ଷା ୬ତାରିଖରୁ ଠାରୁ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ।

ଗତ ଦୁଇଦିନ ହେଲା ହଟାତ ମାଲକାନଗିରି ସହରରେ ଏକ ସଙ୍ଗେ ୪ ହଜାରରୁ ଉର୍ଦ୍ଦ ପିଲାମାନଙ୍କର ଭିଡ ହୋଇ ଯାଇଥିବାରୁ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥାରେ ବହୁତ ଅସୁବିଧା ହୋଇଥିଲା। ଅନେକ ପିଲା ସ୍କୁଲବାରଣ୍ଡା, ଦୂର୍ଗାପୁଜା ମଣ୍ଡପ, ଷ୍ଟାଡିୟମ, ଦୋକାନ ବାରଣ୍ଡାରେ ରାତ୍ରରେ ଶୋଇଥିବାର ଦେଖିବାକୁ ମିଳିଥିଲା। ହୋଟେଲ ମାନଙ୍କରେ ଅନେକ ପିଲାମାନଙ୍କୁ ଖାଦ୍ୟ ମିଳିନଥିବାର ଜାଣି ଜିଲ୍ଲାସଦର ମହକୁମାଠାରେ ଥିବା ମାହେଶ୍ୱରୀ ଯୁବସଂଗଠନର ସଭାପତି ବିନୋଦ ତାଓ୍ୟାରୀ ଙ୍କ ନେତୃତ୍ୱରେ ରାଉଲ ତିଓ୍ୟାରୀ, ମନୋଜତାଓ୍ୟାରୀ, ସୁରେଶ କେଲା, ଅଶୋକ ତାଓ୍ୟାରୀ, ପାନିତାଓ୍ୟାରୀ, ନନ୍ଦଲାଲ, ବିଜୟ ଭୁଦା, ବିଷ୍ଣୁମିଶ୍ର, ସମାଜସେବୀ ଜି. ଶ୍ରୀନିବାସ ରାଓ, କହ୍ନେୟା ସୁରେନା ପ୍ରମୁଖ ଯୁବକ ମାନେ ମାନବ ସେବା ମାଧବ ସେବା କରିବା ପାଇଁ କନେଷ୍ଟବଳ ପରୀକ୍ଷା ଦେବାକୁ ଆସିଥିବା ଏକ ହଜାରଜଣ ପ୍ରାର୍ଥୀଙ୍କ ପାଇଁ ମାଗଣାରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି।

ମହେଶ୍ୱରୀ ଯୁବସଂଗଠନ ପକ୍ଷରୁ ୧୦ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷାର୍ଥୀ ମାନଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ବୋଲି ସଂଗଠନର ସଭାପତି ବିନୋଦ ତିଓ୍ୟାରୀ ସୂଚନାଦେଇଛନ୍ତି। ମହାଶ୍ବରୀ ଯୁବସଂଗଠନର ଏହି ମାଗଣା ଭୋଜନ ବ୍ୟବସ୍ଥାକୁ ସହରବାସୀ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ପରୀକ୍ଷାର୍ଥୀ ମାନେ ସାଧୁବାଦ ଜଣାଇଛନ୍ତି, ଠିକ ସେହିପରି ୪ର୍ଥ ବ୍ୟାଟେଲିୟାନ ପରୀକ୍ଷାର୍ଥୀମାନଙ୍କୁ ଷ୍ଟାଡିୟମଠାରେ ରିହାତି ମୂଲ୍ୟରେ ଜିଲ୍ଲା୪ର୍ଥବେଟାଲିୟନ ସଂଘ ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ଜଳଖିଆର ବନ୍ଦୋବସ୍ତ କରିଛନ୍ତି। ଏହି ଦୁଇଟି ପରୀକ୍ଷା କେନ୍ଦ୍ରରେ ଜିଲ୍ଲା ଏସପି ଜଗମୋହନ ମୀନା, ଏସଡିପିଓ ବିବେକ ଶ୍ରବଣ ଓ ଅନ୍ୟାନ ଉଚପୁଲିସ ଅଧିକାରୀ ମାନେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା କରିଥିଲେ। ଦୁଇଟି ଯାକ ପରୀକ୍ଷା କେନ୍ଦ୍ରରେ ଶାନ୍ତି ସୃଙ୍ଖଳା ରକ୍ଷାପାଇଁ ପୁଲିସପକ୍ଷରୁ କଢା ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top