ପୁଲିସ ଓ ବନ ବିଭାଗର ମିଳିତ ଚଢଉ, ସ୍କୋର୍ପିଓ ଗାଡି ସହ ଲକ୍ଷାଧିକ ଟଙ୍କାର କାଠ ଜବତ, ୪ ଗିରଫ

ଯୋଡା : ୦୧/୦୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲ ଓ ଯୋଡା ପୁଲିସ ସହ ମିଳିତ ଭାବରେ ଚଢଉ କରି ବନ ବିଭାଗ ଏକ ସ୍କୋର୍ପିଓ ଗାଡି ଓ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରିଛି । ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର ଥିବା ଜଣାପଡିଛି । କୌଣସି ସୂତ୍ର୍ରରୁ ଖବର ପାଇ ଯୋଡା ପୁଲିସ ଓ ବନ କର୍ମଚାରୀ ରଣାଶାଳ ଘାଟୀରେ ପିଛା କରି ଚୋରା କାଠ ବୋଝେଇ ଏକ ସ୍କୋର୍ପିଓ ନଂ. ଓଆର-୧୪କେ-୭୩୭୩ ଗାଡିଟିକୁ ଧରିବା ସହିତ ଚୋରା କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବଡବିଲ ସାନ୍ତବାହାଳ ଅଞ୍ଚଳର ରାଜେଶ ନାଗ, ବିଷ୍ଣୁ ମହାରଣା ଓ ଏମ୍.ଡି. ଏହେସାନ । ଏମାନଙ୍କୁ ପଚରାଉଚରା ପରେ ସେମାନଙ୍କ ବଡବିଲସ୍ଥିତ ସାନ୍ତବାହାଳ ଘରେ ଚଢଉ କରାଯାଇ ଘରୁ ଲକ୍ଷାଧିକ ଟଙ୍କାର ସାଇଟ ଚୋରା କାଠ କବତ୍ କରାଯାଇଥିବା ବେଳେ ଚୈତନ୍ୟ ପାତ୍ର ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅନ୍ୟ ୨ ଜଣ ଫେରାର ହୋଇଯାଇଥିଲେ । ଜବତ କାଠ ମଧ୍ୟରୁ ଶାଳ, ପିଆଶାଳ, ଗମ୍ଭାରୀ ଓ ଶାଗୁଆନ କାଠ ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *