ଜାତୀୟ

ପୁଲିସ୍ ଶବଯାତ୍ରାକୁ ରୋକିଲା କାହିଁକି? କ’ଣ ନାବାଳିକାର ରେପ, ହତ୍ୟାର ଖୁଲାସା କରିବାର ଥିଲା – ପିତା ଗିରଫ

ଇନ୍ଦୋର ୨୭-୪ (ଓଡ଼ିଆ ପୁଅ) ଏକ ଅବିଶ୍ବସନୀୟ ମାମଲାରେ ଗୋଟିଏ ଅଜ୍ଞାତ ଫୋନ କଲରେ ଆକ୍ସନ ନେବାକୁଯାଇ ପୁଲିସ ଗୋଟିଏ ଶିଶୁର ଅନ୍ତିମ ଯାତ୍ରା ରୋକିକରି ତା’ର ମୃତ୍ୟୁର ଜାଞ୍ଚ କରାଇଥିଲା। ଏହି ଘଟଣାରେ ଲୋକମାନେ, ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ଶିଶୁସହିତ ଦୁଷ୍କର୍ମ ପରେ ହତ୍ୟାହୋଇଥିବା କଥା ଜଣାପଡ଼ିଲା। ଶିଶୁକନ୍ୟାର ଦ୍ୱିତୀୟ ପିତା (ସୌତେଲା) କୁ ଗିରଫ କରାଯାଇଛି।

ମଧ୍ୟ ପ୍ରଦେଶର ଜୌରାରେ ବୁଧବାରଦିନ ୬ ବର୍ଷର ଶିଶୁକନ୍ୟାର ଅନ୍ତିମ ଯାତ୍ରା ବାହାରୁଥିଲା। ସେହି ସମୟରେ ପୁଲିସ ରୋକି ଦେଇଥିଲା। ଜାଞ୍ଚରେ ଶିଶୁକନ୍ୟାକୁ ରେପ ପରେ ହତ୍ୟାର ଖୁଲାସା ହେଲା ଏବଂ ପିପଲୋଦା ପୁଲିସକୁ କିଛି ଘଣ୍ଟା ପରେ ଜଣା ପଡ଼ିଲାଯେ କ’ଣ ପାଇଁ ଶିଶୁର ଅନ୍ତିମ ସଂସ୍କାର କରିବାପାଇଁ ଅଧୈର୍ଯ୍ୟ ହେଉଥିଲେ। ପରେ ଶିଶୁକନ୍ୟାର ସୌତେଲା ପିତାକୁ ଗିରଫ କରାଯାଇଥିଲା।

ଯଦି ପିତା ଉପରେ ଆରୋପ ପ୍ରମାଣିତ ହୁଏ ତେବେ ହୋଇପାରେ କି ଏହା ରାଜ୍ୟରେ ୧୨ ବର୍ଷରୁ କମ ବୟସର ଶିଶୁର ରେପକେସ୍ ଉପରେ ନୂଆ ଆଇନ୍ ଅନୁଯାୟୀ ପ୍ରଥମ ମାମଲା ହେବ। ନୂଆ ଆଇନ୍ ଅନୁଯାୟୀ ୧୨ ବର୍ଷରୁ କମ ବୟସର ଶିଶୁକନ୍ୟା ସହିତ ରେପ କରିଥିବା ଦୋଷୀକୁ ଫାଶୀଦଣ୍ଡର ପ୍ରାବଧାନ ଅଛି।

ଶିଶୁର ପ୍ରାଥମିକ ପୋଷ୍ଟମୋର୍ଟମ ରିପୋର୍ଟରେ ତା’ର ପ୍ରାଇଭେଟ ପାର୍ଟ୍ସରେ ରକ୍ତସ୍ତ୍ରାବ ଏବଂ ଗଳା ଦବାଇବାରୁ ମୃତ୍ୟୁର କଥା ସାମନାକୁ ଆସିଅଛି। ରତଲାମର ଏସପି ଅମିତ ସିଂହ କହିଛନ୍ତି କି ବିସ୍ତୃତ ପୋଷ୍ଟମୋର୍ଟମରେ ପୁଷ୍ଟି ହେବା ପରେ ରେପର ମାମଲା ରୁଜୁ କରାଯିବ।

ସୂଚନାଯୋଗ୍ୟଯେ, ପିପଲୋଦା ପୁଲିସକୁ ବୁଧବାରଦିନ ସକାଳେ ଏକ ଅଜ୍ଞାତ ଫୋନ କଲ ଆସିଥିଲା ଯେଉଁଥିରେ କୁହାଯାଇଥିଲା କି ଶିଶୁର ମୃତ୍ୟୁ ସଂଦିଗ୍ଧ ପରିସ୍ଥିତିରେ ହୋଇଛି ଏବଂ ତା’ର ଅନ୍ତିମ ସଂସ୍କାର ଶିଘ୍ର କରିବା ପାଇଁ ଚେଷ୍ଟା କରାଯାଉଛି। ଯେତେବେଳେ ପୁଲିସ ଗ୍ରାମ ପହଁଚିଲା ତେବେ ଜଣାପଡ଼ିଲା ଶିଶୁ କନ୍ୟାକୁ ଜୌରା ନିଆ ଯାଉଛି, ଯେଉଁଠାରେ ତା’ର ମା’ର ପରିବାର ରହୁଛନ୍ତି। ପୁଲିସ ତୁରନ୍ତ ଜୌରା ପହଁଚିଥିଲା ଏବଂ ଉପଯୁକ୍ତ ସମୟରେ ଅନ୍ତିମ ଯାତ୍ରାକୁ ରୋକି ଥିଲା।

ମାରୁଥିଲା ସୌତେଲା ପିତା

ଶିଶୁକନ୍ୟା ଶବକୁ ପୋଷ୍ଟ-ମୋର୍ଟମ ପାଇଁ ପଠାଯାଇଛି। ଶିଶୁର ମା’ କହିଛି କି ମଙ୍ଗଳବାରଦିନ ଶିଶୁଟିର ପେଟ ଯନ୍ତ୍ରଣା ଅଭିଯୋଗ କରିଥିଲା। ଯେତେବେଳେ ତାକୁ ହସ୍ପିଟାଲ ନିଆଯାଇଥିଲା ସେତେବେଳେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ଏସପି ସିଂହ କହିଛନ୍ତିଯେ, ପ୍ରଶ୍ନ ପଚାରିବାରୁ ଜଣାପଡ଼ିଲାକି ଶିଶୁର ସୌତେଲା ପିତା ତାକୁ ମାରୁଥିଲା ଏବଂ ଖରାପ ନଜରରେ ଦେଖୁଥିଲା।

ପତିର ଡରରେ ମା ଘରକୁ ଚାଲିଯାଇଥିଲା ମା’

ଶିଶୁ କନ୍ୟାର ମା’ ପ୍ରାୟତଃ ଆଠ ମାସ ପୂର୍ବରୁ ଦ୍ୱିତୀୟ ବିବାହ କରିଥିଲା। ପୁଲିସକୁ ଜଣାପଡ଼ିଛିଯେ, ଦୁଇ ଦିନ ପୂର୍ବରୁ ସୌତେଲା ପିତା ମା’ କୁ ରୁମ୍ ରେ ବନ୍ଦ କରି ଶିଶୁକୁ ମାରିଥିଲା। ମଙ୍ଗଳବାରଦିନ ମଧ୍ୟରେ ଶିଶୁକୁ ମାରିଥିଲା ଏବଂ ତା’ର ଗଳା ଦବାଇଥିଲା। ମା’ କହିଛି କି ସେ ନିଜର ପତିକୁ ଡରିଯାଇଥିଲା ଏବଂ ଶିଶୁର ଶବକୁ ନିଜ ମା’ଘର ଗ୍ରାମରେ ପୋତିବା ପାଇଁ ନିଷ୍ପତି କରିଥିଲେ।

ଶିଶୁର ସୌତେଲା ପିତା ଉପରେ ହତ୍ୟା, ପ୍ରମାଣ ନଷ୍ଟ ଏବଂ ଭୁଲ ସୂଚନା ଦେବାର କେସ ରୁଜୁ କରାଯାଇଛି। ପୋଷ୍ଟମୋର୍ଟମ ରିପୋର୍ଟରେ ପୁଷ୍ଟି ହେବା ପରେ ଆଇପିସି ଅନୁଯାୟୀ ରେପ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ କେସ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top