ଜିଲ୍ଲା ପରିକ୍ରମା

ପୁଲିସ୍ର ଡକାୟତ ଧରିବା ମିଶନ୍ ସଫଳ : ଧରାପଡିଲା ଆନ୍ତଃରାଜ୍ୟ ଡକାୟତ, ଅନ୍ଧାରରେ ଅନ୍ୟ ସହଯୋଗୀ ଖସିଗଲେ, ବନ୍ଧୁକ ଓ ଗୁଳି ଜବତ

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ବାସୁଦେବପୁର ଥାନା ଆର୍ତୁଂ ପ·ୟତର ସଇଁନାଳୀଛକ- ବାଲିଛନ୍ଦାଘାଟ ରାସ୍ତାର ନିଛାଟିଆ ଏକ ଘରେ ଉପରେ ଚଢାଉ କରି ଜଣେ ଦୁର୍ଦ୍ଦାନ୍ତ ଡକାୟତ ଓ ତାର ସହଯୋଗୀକୁ ବନ୍ଧୁକ ଓ ଗୁଳି ସହ ଗିରଫ କରିଥିବାବେଳେ ଅନ୍ୟ ଜଣେ ମୁଖ୍ୟ ଅପରାଧୀ ଖସିଯିବାରେ ସକ୍ଷମ ହୋଇଛି । ତେବେ ଗିରଫ ହୋଇଥିବା ଦୁଇ ଅପରାଧୀଙ୍କ ମଧ୍ୟରୁ ଢେଙ୍କାନାଳର କୁଖ୍ୟାତ ଡକାୟତ ଡାକ୍ତର ଓରଫ ପ୍ରଦୀପ ବେହେରା ଖସିଯାଉଥିବାବେଳେ ଏକ ଖାଲରେ ପଡିଯିବା ଫଳରେ ତାକୁ ପିଛା କରୁଥିବା ଦୁଇଜଣ ପୁଲିସ୍ କାବୁ କରିବାରେ ସକ୍ଷମ ହୋଇଥିଲେ । ମାତ୍ର ପ୍ରଦୀପ ଏକ କାଠ ବାଡି ସାହାଯ୍ୟରେ ଜଣକୁ ମାରି ଗୁରୁତର କରିଦେଇଥିଲା । ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ତେବେ ଠିକଣା ସମୟରେ ଅନ୍ୟ ପୁଲିସ୍ ପହଞ୍ଚô ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ତାର ସହଯୋଗୀ ବୋଲି କୁହାଯାଉଥିବା ଆର୍ତ୍ତୁଙ୍ଗର ମନୋଜ କୁମାର ବେହେରାକୁ ମଧ୍ୟ ପୁଲିସ୍ ଗିରଫ କରିଛି । ମନୋଜ ସେମାନଙ୍କୁ ଖାଦ୍ୟ ଯୋଗାଇ ଆସୁଥିଲା । ଏଠାରେ ସୂଚନାଯୋଗ୍ୟ ଏହି ଅଂଚଳରେ ଦିନ ଦ୍ୱିପ୍ରହରରେ ୟୁକୋ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଯାଉଥିବା ଜଣେ ବ୍ୟକ୍ତିର ଚଳନ୍ତା ବାଇକ୍ରୁ ପୁରୁଣା କୋର୍ଟ ସମ୍ମୁଖ ରାସ୍ତାରେ ଲୁଟ୍ ହୋଇଥିଲା । ଏଥିସହ ଏଟିଏମ୍ ଭଂଗାଯାଇ ମଧ୍ୟ ଲୁଟେରାମାନେ ଟଙ୍କା ଲୁଟିନେବା ସହ ଉକ୍ତ ଅଂଚଳକୁ ନିଜ କବ୍ଜାରେ ରଖିଆସୁଥିଲେ ।  ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାଲେଶ୍ୱର ଜିଲାର ସୋର ବ୍ଲକ୍ ମଧ୍ୟସ୍ଥ ତଥା ଭଦ୍ରକ-ବାସୁଦେବପୁରର ସୀମାରେ ଥିବା ଗୁଡ୍ ନିବାସୀ ଶ୍ରୀଧର ପଣ୍ଡା ନାମକ ଜଣେ ବ୍ୟକ୍ତି ବାହାରେ ରହୁଥିବାବେଳେ ରାସ୍ତାପାଶ୍ୱର୍ ଘରଟିକୁ  ଏହି ଡକାୟତ ଦଳକୁ ଭଡାରେ ଦେଇଥିଲେ ।  ଏମାନଙ୍କ ସଂପର୍କରେ ଖବର ପାଇ ବାସୁଦେବପୁର ଥାନା ପୁଲିସ୍  ଗତକାଲି ରାତି ପ୍ରାୟ ୧.୩୦ ସମୟରେ ଉକ୍ତ ଘର ଉପରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଘର ମଧ୍ୟରେ ଥିବା ଅପରାଧୀମାନଙ୍କ ମଧ୍ୟରୁ ମୁଖ୍ୟ କୁହାଯାଉଥିବା ଚାନ୍ଦବାଲି ନାଲଗୁଣ୍ଡା ଅଂଚଳର ବାଦଲ ରାଉତ ନିଜର ଅନ୍ୟ ସହଯୋଗୀ ସହ ଫାଙ୍କା ଗୁଳି ଚାଳନା  କରି ଅନ୍ଧାରର ସୁଯୋଗରେ ଫେରାର ହୋଇଯାଇଥିଲା । ମାତ୍ର  ପ୍ରଦୀପ ଓରଫ ଡାକ୍ତର ଓ ଅନ୍ୟ ସହଯୋଗୀକୁ ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଥିଲା । ପୁଲିସ୍ ସେମାନଙ୍କ ନିକଟରୁ ଏକ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରି ତଦନ୍ତ ଚଳାଇଛି ।  ଡକାୟତଙ୍କ ଗୁଳି·ଳନା ସଂପର୍କରେ ପ·ରିବାରୁ ଖାଲି ହାତରେ ଯାଇଥିବା ପୋଲିସ ଗୁଳି·ଳନା କଥାକୁ ଏଡାଇ ଦେଇଛି । ଏହି ଘଟଣା ସଂପର୍କରେ ଖବର ପାଇ ଏସ୍.ପି. ରାଜେଶ ପଣ୍ଡିତଙ୍କ ନିଦେ୍ର୍ଦଶ କ୍ରମେ ଭଦ୍ରକ ଏସ୍ଡିପିଓ ଜଳନ୍ଧର ଜାଲି ସେଠାରେ ପହଞ୍ଚô ଘଟଣାର ଅନୁଧ୍ୟାନ କରୁଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top