ପୁଲିସର ବଦାନ୍ୟତା- ସଡକ ଦୁର୍ଘଟଣାରେ ଆହତ ଯୁବକଙ୍କୁ ଡାକ୍ତରଖାନା ନେଲେ

ହାଟଡ଼ିହି, ୨୩/୮/ : (ବିକାଶ ବିଶ୍ୱାଳ) ଆନନ୍ଦପୁର-ଭଦ୍ରକ ରାସ୍ତାର ବଞ୍ଚୋଛକ ଠାରେ ଆଜି ସକାଳ ୮ଟା୩୦ମିନିଟ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ଜଣେ ପୁଲିସ ବାବାୁ ତାଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବରରୁ ପ୍ରକାଶ ଯେ ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମର ନନ୍ଦନ ସାହୁ (୩୦) ନାମକ ଜଣେ ଯୁବକ ବାଇକ ଯୋଗେ ଆନନ୍ଦପୁର ଆଡକୁ ଯାଉଥିଲେ । ବଞ୍ଚୋଛକ ନିକଟରେ ସମ୍ମୁଖରୁ ଆସୁଥିବା ଜଣେ ବାଇକ ଚଢ଼ାଳୀ ଯୁବତୀଙ୍କ ବେପରୁଆ ଗାଡି ଚାଳନା ଦେଖି ଯୁବକ ଜଣକ ହଠାତ ବ୍ରେକ ଦେଇଦେବାରୁ ସେ ତଳକୁ ଛିଟିକି ପଡିଥିଲେ । ଫଳରେ ତାଙ୍କର ମୁଣ୍ଡରେ ଗଭୀର କ୍ଷତ ହୋଇ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାରକରି ଆମ୍ବୁଲାନସକୁ ଡାକିଥିଲେ । କିନ୍ତୁ ଆମ୍ବୁଲାନସ ଆସିବା ବିଳମ୍ବ ହେଉଥିବାବେଳେ ନନ୍ଦିପଦା ଥାନା ଏସ.ଆଇ ବିଜୟ କୁମାର ମଲ୍ଲିକ ସେହି ରାସ୍ତା ଦେଇ ରାମଚନ୍ଦ୍ରପୁରକୁ ଡିଉଟିରେ ଯାଉଥିବା ସମୟରେ ଉକ୍ତ ଯୁବକର ଅବସ୍ଥାକୁ ଦେଖି ତୁରନ୍ତ ନିଜ ଗାଡିରେ ବସାଇ ଆନନ୍ଦପୁର ଡାକ୍ତରଖାନାକୁ ନେଇ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ମାତ୍ର ଯୁବକଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *