ଜିଲ୍ଲା ପରିକ୍ରମା

ପୁଲିସକୁ ର୍ଦୁବ୍ୟବହାର:ଜଣେ ଗିରଫ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ଥାନା ସାହସପୁର ଗ୍ରାମର ପଞ୍ଚାନନ ମଲିକଙ୍କ ପୁଅ ସୂର୍ଯ୍ୟକାନ୍ତ ଧୁଷୁରୀ ପୁଲିସ କର୍ମଚାରୀକୁ ର୍ଦୁବ୍ୟବହାର ଓ ପୁଲିସ ଗାଡିକୁ ଢେଲା ପକାଇବା ଅଭିଯୋଗରେ ଗିରଫ ହୋଇଛି । ପ୍ରକାଶ ଥାଉକି ଧୁଷୁରୀ-ସାହସପୁର ରାସ୍ତାରେ ଏକ ମଦ ଦୋକାନ ରାସ୍ତାକଡରେ ଖୋଲାଯାଇ ସେଠାରେ ଖୋଲମଖୁଲା ମଦ ବିକ୍ରି ସହ ରାସ୍ତାଘାଟରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି । ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କୁ ଏହି ମଦପ୍ୟମାନେ ବିଭିନ୍ନ ସମୟରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି । ତେବେ ଏହି ମଦପ୍ୟଙ୍କ ର୍ଦୁବ୍ୟବହାରରେ ଧୁଷୁରୀ ପୁଲିସ ମଧ୍ୟ ସ୍ୱୀକାର ହୋଇଛି । ପ୍ରକାଶ ଥାଉକି କେତେକ ମଦପ୍ୟମାନେ ସାହସପୁର ରାସ୍ତାକଡରେ ବସି ମଦ୍ୟପାନ କରୁଥିବା ଧୁଷୁରୀ ପୁଲିସ ପେଟ୍ରୋଲିଂ କରୁଥିଲା । ସେହି ସମୟରେ ପୁଲିସ ଏଠାରେ ଗାଡି ଅଟକାଇ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିବା ବେଳେ ସେମାନେ ପୁଲିସକୁ ଗାଳିଗୁଲଜ କରିବା ସହିତ ଗାଡିକୁ ଢେଲା ମାଡ କରି କର୍ମଚାରୀଙ୍କୁ ର୍ଦୁବ୍ୟବହାର କରିଥିଲେ । ପୁଲିସ ସେମାନଙ୍କ ମଧ୍ୟରୁ ସୂର୍ଯ୍ୟକାନ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ପୂର୍ବରୁ ମଧ୍ୟ ଧୁଷୁରୀ ବଜାରରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ବିଳମ୍ବିତ ରାତିରେ ଜଣେ ଯୁବକ ପୁଲିସକୁ ଆକ୍ରମଣ କରିଥିବା ଘଟଣା ଘଟିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top