ଅପରାଧ

ପୂର୍ବ ବିବାଦକୁ ନେଇ ଆଖିରେ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ

ହାଟଡ଼ିହି, ୯। ୯ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ସଡଙ୍ଗ ପଞ୍ଚାୟତର ମତାବାଜ ଗ୍ରାମରେ ପୁର୍ବ ବିବାଦକୁ ନେଇ ଜଣେ ଯୁବକର ଆଖିରେ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଗ୍ରାମର ମାୟାଧର ସାଙ୍କ ସହିତ ବିଜୟ ବେହେରାଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ସନ୍ଧ୍ୟାରେ ମାୟାଧର ନିଜ ଦୋକାନ ବନ୍ଦ କରି ଘରକୁ ବାହାରିବା ସମୟରେ ବିଜୟ ବେହେରା ଓ ଅଜୟ ବେହେରା ଆସି ପଛପଟୁ ଆକ୍ରମଣ କରିବା ସହିତ ମାୟାଧରଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗିଦେଇଥିଲେ। ଫଳରେ ମାୟାଧରଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ହେବାସହ ଆଖି ଦୁଇଟି ଜଳାପୋଡା ହେବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି। ମାୟାଧରଙ୍କ ପକ୍ଷରୁ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ନନ୍ଦିପଦା ଥାନା ଏ.ଏସ.ଆଇ ସନାତନ ମହାରଣା ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ଅନ୍ୟତମ ଅଭିଯୁକ୍ତ ବିଜୟଙ୍କ ବାପା କିର୍ତ୍ତନକୁ ଅଟକ ରଖି ପଚରା ଉଚୁରା କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top