ପୁରୁଷ ମାନଙ୍କଠାରୁ ଆଗରେ ମହିଳା,ଝୀଅପିଲା ମାନଙ୍କ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କଳାହାଣ୍ଡି (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଅନ୍ତର୍ଲା ଗାମ ଠାରେ ପୁରୁଷ ପିଲାଙ୍କ ଠାରୁ ଝିଅପିଲାମାନେ ଆଗେଇଆସୁଥିବା ଜଣାପଡିଛି । ପୁରୁଷ ପିଲାମାନେ ନୀରବି ଯାଉଥିବା ବେଳୈ ଝୀଅପିଲାମାନଙ୍କ ଏଭଲି ଉଦ୍ୟମକୁ ବିଭିନ୍ନ ସ୍ତରରେ ସାଧୁବାଦ ଦିଆଯାଉଛି । ଗ୍ରାମର ଝୀଅପିଲାମାନେ ସମଗ୍ର ଗ୍ରାମକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଆଗେଇ ଆସିଥିବା ଜଣାପଡିଛି । ଝୀଅ ମାନଙ୍କ ଉଦ୍ୟମରେ ନିଶା ସେବନ ବିରୁଦ୍ଧରେ ସ୍ୱର ତେଜିଲାଣି ଓ ମଦବିକ୍ରୀ ପ୍ରାୟ ବନ୍ଦ ହୋଇଗଲାଣି । ସେହି ଉଦ୍ୟୋକ୍ତା ଝୀଅ ପିଲାମାନଙ୍କୁ ଉତ୍ସାହ ଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ କରିବା ପାଇଁ ଗ୍ରାମର ଉତ୍ସାହୀ ଯୁବକ ମାନଙ୍କୁ ନେଇ ଏକ ସାଂସ୍କୃତିକ ଅନୁଷ୍ଠାନ ଗଠନ କରାଯାଇଛି । ଯୁବ ସ୍ୱେଚ୍ଛାସେବୀ ଦେବଦତ୍ତ ପଣ୍ଡା ଙ୍କ ସଭାପତିତ୍ୱରେ ଏହି ଅନୁଷ୍ଠାନ ବିଗତ ତିନି ବର୍ଷ ହେବ ଗ୍ରାମରେ ଏକ ସୁନ୍ଦର ଭାଇଚାରା ଏବଂ ସମଭାତୃଭାବ ଜାଗ୍ରତ କରି ପରସ୍ପର ସହେଯାଗ ମନୋବୃତି ନେଇ ବିଭିନ୍ନ ସାମୁହିକ ଉନ୍ନତି ମୂଲକ କାର୍ଯ୍ୟ କରିବା ପାଇଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିଛନ୍ତି । ଚଳିତ ବର୍ଷ ଗ୍ରାମର କୁନି କୁନି ଝୀଅପିଲାଙ୍କ ଯୁବତୀ ମାନେ ନିଜ ଉଦ୍ୟମରେ ଉକ୍ତ ସ୍ୱେଚ୍ଛାସେବୀ ମାନଙ୍କ ସହାୟତାରେ ସମଗ୍ର ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଗାଁ ସଫେଇ କାମ ହାତକୁ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ହାବସପୁର ମଣ୍ଡଳ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଶର୍ମିଷ୍ଠା ମେହେର ଏବଂ ସମ୍ମାନୀତ ଅତିଥି ଭାବେ ହାବସପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ରଘୁନାଥ ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ୟୋକ୍ତା ମାନଙ୍କୁ ଉତ୍ସାହିତ କରିଥିଲେ ।

ମୂଖ୍ୟ ଅତିଥି ଶ୍ରୀମତୀ ମେହେର ଝୀଅ ପିଲା ଓ ଯୁବତୀ ମାନଙ୍କ ଏଭଲି ଉଦ୍ୟମକୁ ପ୍ରଶଂସା କରିବା ସହ ଘର ସଜାଡିବାକୁ ଓ ସଫାସୁତୁରା ରଖିବାକୁ ମହିଳାମାନଙ୍କ ଯେଭଲି ଅବଦାନ ରହିଛି ସେହିପରି ସମଗ୍ର ଗ୍ରାମକୁ ସୁନ୍ଦର ଭାବେ ଗଢି ତୋଳିବାକୁଏଭଲି ଭାବେ ଝୀଅପିଲା ଓ ଯୁବତୀ ମାନଙ୍କ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିବା ସହ ପ୍ରତ୍ୟେକ ପରିବାର ନିଜ ନିଜ ଘରେ ପାଇଖାନା ନିର୍ମାଣ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ସମ୍ମାନୀତ ଅତଥି ଶ୍ରୀ ପଣ୍ଡା ଗ୍ରାମର ନୂତନ ପୀଢି ଏଭଲି ଭାବେ ଆଗେଇ ଆସିଲେ ନିଶ୍ଚିତ ଭାବେ ଆମ ଗ୍ରାମ ସୁନ୍ଦର ଭାବେ ଆଗେଇବ ବୋଲି ପ୍ରକାଶ କରିଥିଲେ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବିଶେଷ କରି ଅବସର ପ୍ରାପ୍ତ ଶିକ୍ଷକ ଲବ ମାହାର, ୱାର୍ଡ ସଭ୍ୟ ପ୍ରକାଶ ପାତ୍ର ଏବଂ ବସନ୍ତ ପାଢୀ,ପୂର୍ବତନ ୱାର୍ଡ ସଭ୍ୟ ଅର୍ଜୁନ ପାତ୍ର,ଶ୍ରୀକର କୁମ୍ଭାର,ହେମନ୍ତ ପାଢୀ ପ୍ରମୂଖ ସହଯୋଗ କରିଥିଲେ । ଝୀଅପିଲାମାନଙ୍କ ଏଭଲି ସାମୁହିକ କାର୍ଯ୍ୟକ୍ରମରେ ଗ୍ରାମର ଅନ୍ୟମାନେ ଉତ୍ସାହିତ ହୋଇ ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ଆଗେଇ ଆସିଥିଲେ । ଝୀଅପିଲାମାନଙ୍କ ଏଭଲି ସାଧୁ ଉଦ୍ୟମକୁ ଏବଂ ସେମାନଙ୍କୁ ଉତ୍ସହ ଦେଉଥିବା ଯୁବ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରତ୍ୟେକ ସ୍ତରରେ ସ୍ୱାଗତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *