ଜିଲ୍ଲା ପରିକ୍ରମା

ପୁରୁଷ ନାରୀର ରକ୍ଷା କବଚ

ପୁରୀ:୧୯/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନାରୀମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି। ଏହି ନିର୍ଯ୍ୟାତନାକୁ ରୋକିବା ପାଇଁ ହେଲେ ପୁରୁଷର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାରଣ ପୁରୁଷ ହେଉଛି ନାରୀର ରକ୍ଷା କବଚ। ପୁରୁଷ ଚାହିଁଲେ ନାରୀଟି ସୁରକ୍ଷିତ ରହିପାରିବ। ହେଲେ କେତେକ କ୍ଷେତ୍ରରେ ଦେଖା ଯାଉଛି ପୁରୁଷଟି ନାରୀ ପ୍ରତି ଅନ୍ୟାୟ ଓ ଅତ୍ୟାଚାର କରୁଛି। ପାଶବିକ ଆଚରଣ କରିବା ପାଇଁ କେତେକ ପୁରୁଷ ପଛାଉ ନାହାନ୍ତି। ପୁରୁଷମାନେ ଏହିପରି ହୀନ ମାନସିକତାରୁ ଦୂରେଇ ରହିବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସଚେତନ ନାଗରିକ ମଞ୍ଚ ପୁରୀ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ରାଜ୍ୟ ସ୍ଥରୀୟ ଆଲୋଚନା ଚକ୍ର ‘ସାମ୍ପ୍ରତିକ ସମୟରେ ନାରୀ କେତେ ସୁରକ୍ଷିତ’ ଶୀର୍ଷକରେ ଯୋଗଦେଇ ବକ୍ତାମାନେ ଏହା କହିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ କହିଲେ ପୁରୁଷମାନେ ଆଜି ଠାରୁ ଶପଥ ନିଅନ୍ତୁ ସେମାନେ ଅନ୍ୟ ମା’, ଭଉଣୀଙ୍କୁ ନିଜ ମା’ ଭଉଣୀ ପରି ଦେଖିବେ। ଫଳରେ ସେମାନଙ୍କ ମନରେ ଘୃଣ୍ୟ ମାନସିକତା ସୃଷ୍ଟି ହେବ ନାହିଁ। ଏହାଦ୍ୱାରା ସେମାନେ ପାଶବିକ ଅତ୍ୟାଚାରରୁ ଦୂରେଇ ରହିପାରିବେ ମଞ୍ଚର ସଭାପତି ପ୍ରସନ୍ନ କୁମାର ଦାଓଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଶ୍ରୀମନ୍ଦିର ପ୍ରଶାସକ ମଧୁସୂଦନ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ନାରୀ ନୁହେଁ ଅବୋଳା। ସେ ହେଉଛି ସବଳା। ସେ ନିଜ ହାତରେ ନିଜର ସୁରକ୍ଷା କରିପାରିବ। ଆମେ କେବଳ ନାରୀକୁ ସମ୍ମାନ ଦେବାର ସମୟ ଆସିଛି। ନାରୀ ହେଉଛି ଶକ୍ତି। ନାରୀ ପ୍ରତି ଯିଏ ଖରାପ ଦୃଷ୍ଟି ପକାଇବ ତାହାର କୋପର ସେ ଛାରଖାର ହୋଇଯିବ। ତେଣୁ ଏ ସମାଜ ନାରୀକୁ ସମ୍ମାନ ଦେବା ଉଚିତ ବୋଲି ସେ କହିଥିଲେ। ଶିବ ସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଉପ-ନଗରପାଳ ଶାନ୍ତିଲତା ପ୍ରଧାନ, ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟା ଜୟଶ୍ରୀ ମହାପାତ୍ର, ନାରୀନେତ୍ରୀ ପୁଷ୍ପାଞ୍ଜଳୀ ଋଣା, ଅରୁଣିମା ନନ୍ଦ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ, ସାମ୍ବାଦିକ ନାରାୟଣ ଦାଶ, ଅନାମ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାରୀ କିପରି ସମାଜରେ ସୁରକ୍ଷିତ ହୋଇ ରହିପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀମନ୍ଦିର ବରିଷ୍ଠ ସିଂହାରୀ ସେବାୟତ ତଥା ମଞ୍ଚର ମୁଖ୍ୟ ଉପଦେଷ୍ଟା ଗୌରୀଶଙ୍କର ସିଂହାରୀ ଯୋଗଦେଇ କହିଲେ ସେବାୟତ ବଂଶରେ ନାରୀମାନଙ୍କୁ ସଂଯମତା ଶିକ୍ଷା ଦିଆଯାଇଥାଏ। ତେଣୁ ସେବାୟତ କୂଳର ନାରୀମାନେ ବେଶ ସଂଯମ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ନନାରୀ ସଂଯମତା କଥା ବର୍ଣ୍ଣନା କରାଯାଇଛି। ହେଲେ ଏବେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଧ୍ୱଂଶ କରିବା ପାଇଁ କେତେକ ଶକ୍ତି ଲାଗି ପଡିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିକ ଧ୍ୱଂଶ କଲେ ମହାପ୍ରଭୁ ସେମାନଙ୍କୁ ଧ୍ୱଂଶ ମୁଖକୁ ନେଇଯିବେ ବୋଲି ସେ କହିଥିଲେ। ଏହି ଅବସରରେ “ଭଏସ୍ ଅଫ୍ ଦି ଭଏସ୍ଲେସ୍” ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ମଦର ଟେରେସା, ବିଜୟ ମିଶ୍ର, ଆଇନଜୀବୀ ସ୍ମୃତିରଞ୍ଜନ ପତି, ଡା. ସୁଜିତ ମହାପାତ୍ର, ଆଇନଜୀବୀ କୃଷ୍ଣ ପ୍ରସାଦ ମିଶ୍ର, ସାମ୍ବାଦିକ ରାଜେଶ ମହାନ୍ତି, ଦେବ ପ୍ରଧାନ, ବେଦ କର୍ମକାଣ୍ଡ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଜଗବନ୍ଧୁ ମିଶ୍ର, ସଂସ୍କୃତ ବିଦ୍ୱାନ ଡଃ. ଦୟାନିଧି ପଣ୍ଡା, ବାଲୁକା ଶିଳ୍ପୀ ନିକୁଞ୍ଜ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top