ପୁରୁଷୋତ୍ତମପୁର ଥାନା ପକ୍ଷରୁ ମହିଳାଙ୍କ ପାଇଁ ‘ସ୍ବୟଂସିଦ୍ଧା ‘କାଯ୍ୟକ୍ରମ

ପୁରୁଷୋତ୍ତମପୁର,୧୩/୫ (ଓଡ଼ିଆ ପୁଅ/ସୁଦାମ ମହାରଣା) ରାଜ୍ୟରେ ପ୍ରଥମ ଥର ପାଇଁ ମହିଳାଙ୍କ ସୁରକ୍ଷା ଓ ବିଶ୍ୱାସ ଭାଜନ ପାଇଁ ଗଞ୍ଜାମ ପୁଲିସ ‘ସ୍ବୟଂସିଦ୍ଧା’ ନାମକଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ଆଜି ଥାନା ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାଯ୍ୟକ୍ରମରେ ସିଡିପିଓ ସବିତା ଚ୍ୟାଉପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥ,ମହିଳା ଓକିଲ ଅଞ୍ଜନା କୁମାରୀ ପଣ୍ଡା, ଏନ୍.ଏ.ସି ର ଗୋଷ୍ଠୀ ସଂଯୋଜିକା ଅଞ୍ଜଳି ପାଢୀ, ମହିଳା ଓ ଶିଶୁଡେସ୍କ ଅଧିକାରିଣୀ ବିୟୁଟି ମହାନ୍ତି, ଫାୟର ଅଫିସର ପ୍ରଶାନ୍ତ କୁମାର ଧଳ ପ୍ରମୁଖ ମଞ୍ଚାସୀନ ରହି ମହିଳାଙ୍କ ସୁରକ୍ଷା, ଅଭିଯୋଗ, ସଚେତନତା ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଅଙ୍ଗନବାଡି କର୍ମୀ,ଆଶା, ମହିଳା ମେଡିକାଲ ଷ୍ଟାପ, ସ୍ବୟଂ ସହାୟକ ଗୋଷ୍ଠୀ, ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥିଲେ। ଯୌତୁକରେ ନିର୍ଯାତନା ଶିକାର ହୋଇଥିବା ମହିଳାମାନେ ଏହି କାର୍ଯ୍ୟକ୍ରମରେ ଭାଗନେଇ ଅନୁଭୂତିକୁ ବଖାଣି ଥିଲେ। ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *