ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ ଘଟଣା: ମାମଲା ପ୍ରତ୍ୟାହାର ଦାବିରେ ଛାତ୍ରଙ୍କ ଧାରଣା

ପୁରୁଷୋତ୍ତମପୁର,୫/୯,(ଓଡିଆ ପୁଅ/ସୁଦାମ ମହାରଣା) ତାରାତାରିଣୀ ମହାବିଦ୍ୟାଳୟରେ ଗତ ୨୯ ତାରିଖରେ ଗଣେଶ ପୂଜା ପାଇଁ ଶ୍ରେଣୀ ପ୍ରତିନିଧି ଚୟନପ୍ରକ୍ରିୟାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ ୫ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା ଗୋଟିଏ ଗୋଷ୍ଠୀର ଛାତ୍ରମାନଙ୍କୁ ଉପରୁ ମାମଲା ପ୍ରତ୍ୟାହାର ଦାବିରେ କଲେଜ ପରିସରରେ ଶାନ୍ତି ପୂର୍ଣ୍ଣ ଭାବେ ଦିନ ତମାମ ଧାରଣାରେ ବସିଥିଲେ। କଲେଜ ପରିସରରେ ଧାରଣା ପାଇଁ ଅନୁମତି ନେଇନଥିବା ଅଧ୍ୟକ୍ଷ ବିଘ୍ନ ରାଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ଛାତ୍ର ଉପରେ ପୁଲିସ ମିଥ୍ୟା କେସ୍ କରିବା, ଛାତ୍ରମାନଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା, ମାଡ ମାରିବା ଓ ଗାଳିଗୁଲଜ କରିବା ସପ୍ତାହ ପର୍ଯ୍ୟନ୍ତ ଥାନାରେ ହାଜିରା ପକାଇବା ଅଭିଯୋଗ ଆଣି ଛାତ୍ରମାନେ ଏହାକୁ ନିନ୍ଦା କରି ପୂର୍ବତନ ଛାତ୍ର ସଂସଦ ସଭାପତି ବୀର କିଶୋର ରାଜଗୁରୁଙ୍କ ନେତୃତ୍ୱରେ ଛାତ୍ରମାନେ ଧାରଣାରେ ବସିଥିଲେ। ଛାତ୍ରଙ୍କ ଏଭଳି ଅଭିଯୋଗକୁଥାନା ଅଧିକାରୀ ଅଜୟ କୁମାର ବାରିକ ଅସ୍ବୀକାର କରିଛନ୍ତି। ଛାତ୍ର ଦୀପକ ଗୌଡଙ୍କ ଅଭିଯୋଗ ଓ କଲେଜ ଅଧ୍ୟକ୍ଷ, ଅଧ୍ୟାପକଙ୍କ ବୟାନକୁ ଭିତ୍ତି କରି ମାମଲା ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀ କହିଛନ୍ତି। କଲେଜରେ ବିଶୃଙ୍ଖଳା ନକରିବା ପାଇଁ ଥାନାରେ ସପ୍ତାହ ପର୍ଯ୍ୟନ୍ତ ହାଜିରା ଦେବା ପାଇଁ ୪୧ ନୋଟିସ ଦିଆଯାଇଥିବା ତଦନ୍ତ ପୁଲିସ ଅଧିକାରୀ ପଦ୍ମନାଭ ଗୌଡ଼ ସୂଚନା ଦେଇଛନ୍ତି। ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ତହସିଲଦାରଙ୍କ ସହ ଯୋଗାଯୋଗ କରି ଆସନ୍ତା କାଲି କଲେଜରେ ଶାନ୍ତି କମିଟିରେ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଯାହାଫଳରେ କି ଛାତ୍ରମାନେ ସନ୍ଧ୍ୟା ସମୟରେ ଧାରଣାରୁ ଉଠିଥିଲେ।

Leave a Reply

Your email address will not be published. Required fields are marked *