ଗଞ୍ଜାମ

ପୁରୁଷୋତ୍ତମପୁର ତାରାତାରିଣୀ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଁସା

ପୁରୁଷୋତ୍ତମପୁର,୧/୯:(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟରେ ପ୍ରାକ୍ ନିର୍ବାଚନୀ ହିଁସା ଦେଖାଦେଇଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଘର୍ଷ ଘଟିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ସୂଚନାଯୋଗ୍ୟ, ଅଧ୍ୟାପକ ପ୍ରଦୀପ କୁମାର ସାହୁଙ୍କ ପରିବେଶ ବିଜ୍ଞାନ କ୍ଲାସ ଚାଲିଥିବା ବେଳେ ଗଣେଶ ପୂଜା ସକାଶେ ୨ଅଧ୍ୟାପକ କ୍ଲାସକୁ ଆସି ଶ୍ରେଣୀ ପ୍ରତିନିଧି ବାଛିବା ପାଇଁ କହିଥିଲେ। ହଠାତ ଏହି ସମୟରେ ଅନ୍ୟ ଶ୍ରେଣୀର କିଛି ଛାତ୍ର ସଂଘବଦ୍ଧ ଭାବେ କ୍ଲାସ ରୁମରେ ପଶି ଦୀପକ ଗୌଡ(+୩ ବିଜ୍ଞାନ ପ୍ରଥମ ବର୍ଷ) ନାମକ ଛାତ୍ରଙ୍କୁ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଅଧ୍ୟକ୍ଷ ବିଘ୍ନ ରାଜ ପଟ୍ଟନାୟକଙ୍କୁ ଜଣାଇବା ପରେ ଛାତ୍ରମାନଙ୍କୁ ବୁଝାବୁଝି କରି ବିଫଳ ହେବା ପରେ ପୁଲିସକୁ ଖବର କରିଥିଲେ। ପୁରୁଷୋତ୍ତମପୁର ଥାନା ଏସ ଆଇ ବିୟୁଟି ମହାନ୍ତି କଲେଜରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ତିନି ଛାତ୍ରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛନ୍ତି। ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ପରେ ଗଣେଶ ପୂଜା ପ୍ରତିନିଧି ଚୟନ ପ୍ରତିଯୋଗିତା ଆରମ୍ଭ ହୋଇ ଏଭଳି ଘଟଣା ଘଟିଥିବା ର ପୁଲିସ ପକ୍ଷରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top