ଗଞ୍ଜାମ

ପୁରୁଷୋତ୍ତମପୁର ଏନ୍ଏସିରେ ହୋ ହାଲ୍ଲାରେ ପାଳିତ ହେଲା ସ୍ବାୟତ ଶାସନ ଦିବସ : ଅତିଥିମାନେ ବୈଠକର ଅଧାରୁ ପୁରସ୍କାର ବିତରଣ ନକରି ଚାଲିଗଲେ

ପୁରୁଷୋତ୍ତମପୁର, ୩/୯ (ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ଏନ୍ଏସିରେ ହୋ ହାଲ୍ଲାରେ ସ୍ବାୟତ ଶାସନ ଦିବସ ପାଳିତ ହୋଇଯାଇଛି। ଏନ୍ଏସି ଅଧ୍ୟକ୍ଷା ୱାଇ ରାଣୀ କୁମାରୀ ପତକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମଖ୍ୟ ଅତିଥି ଭାବେ ଆସ୍କା ଲୋକସଭା ସଦସ୍ୟ ଲଡୁ କିଶୋର ସ୍ବାଇଁ, ସମ୍ମାନିତ ଅତିଥି ଖଲ୍ଲି କୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଡାକ୍ତର ଗୋପାଳ କୃଷ୍ଣ ପଟ୍ଟନାୟକ, ଉପାଧ୍ୟକ୍ଷ ରାଘବ ପ୍ରସାଦ ପଟ୍ଟନାୟକ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ବାସୁଦେବ ମହାପାତ୍ର, କାଉସିଲର ଅଶୋକ କୁମାର ମହାକୁଡ଼, ସମସ୍ତ କାଉସିଲର ମଞ୍ଚାସିନ ଥିଲେ। ଏନ୍ଏସି ଉପାଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି ପାନୀୟ ଜଳ ସମସ୍ୟା, ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମେଡିସିନ ମିଳୁନଥିବା ଆଦି ବିଭିନ୍ନ ସମସ୍ୟା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରୋଗୀ କଲ୍ୟାଣ ସମିତିର ସଭାପତି ନିଜେ ବିଧାୟକ ଶ୍ରୀ ସେଠି ହୋଇଥିବା ବେଳେ ଆମକୁ ଏଭଳି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଅଛି। ସହରର ବିଭିନ୍ନ ୱାର୍ଡ ବାସିନ୍ଦାମାନେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଉନଥିବା ନେଇ ବିଧାୟକଙ୍କୁ ଘେରି ଯାଇଥିଲେ। ଅତିଥିମାନେ ବୈଠକର ଅଧାରୁ ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ ନକରି ନିଜ ରାସ୍ତା ନିଜେ ଦେଖିଥିଲେ। ବୈଠକ ଶେଷରେ ନିର୍ବାହୀ ଅଧିକାରୀ ଏ.ନାଗେଶ୍ବର ରାଓଙ୍କୁ ସହରବାସୀ ବିଭିନ୍ନ ସମସ୍ୟା ନେଇ ଘେରି ଯାଇଥିଲେ। ସହରର ମାନ୍ୟଗଣ ବ୍ୟକ୍ତି, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ସ୍କୁଲର ବିଦ୍ୟାର୍ଥୀ, ଏନ୍ଏସି କର୍ମଚାରୀ ବିଜୁ ଯୁବବାହିନୀର ସଂଯୋଜକ ଅନିଲ କୁମାର ବେହେରା, ଆଇନଜୀବି ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top