ପୁରୁଷୋତ୍ତମପୁରରେ ପରୀ ରଥକୁ ସ୍ବାଗତ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର, ୧୨/୬(ଓଡ଼ିଆପୁଅ:ସୁଦାମ ମହାରଣା) ରାଜ୍ୟ ରେ ନାବାଳିକା ଉପରେ ଚାଲିଥିବା ଅତ୍ୟାଚାର ଓ ଦୁଷ୍କର୍ମ କୁ ରୋକିବା ପାଇଁ ସଚେତନତା ର ବାର୍ତ୍ତା ନେଇ ଆସିଥିବା ପରୀ ରଥ କୁ ପୁରୁଷୋତ୍ତମପୁର ରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଅଛି। ହିରୋ ଶୋ ରୁମ ଠାରେ ବରିଷ୍ଠ ପୁଲିସ ଅଧିକାରୀ, ବୁଦ୍ଧିଜୀବୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଓ ଜନସାଧାରଣ ଉପସ୍ଥିତ ରହି ସ୍ବାଗତ କରିବା ସହ ବହୁ ଆଡମ୍ବର ସହକାରେ ନରସିଂହ ଦାଶ ହାଇସ୍କୁଲ ପଡିଆ ସଭାସ୍ଥଳକୁ ପାଛୋଟି ଆଣିଥିଲେ।ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂଙ୍କ ଅଧ୍ୟକ୍ଷ ତା ରେ ଆୟୋଜିତ କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଏସ୍ପି ବ୍ରଜେଶ ରାଓ, ବ୍ରହ୍ମପୁର ଏସ୍ପି ପିନାକୀ ମିଶ୍ର, ଅତିରିକ୍ତ ଏସ୍ପି ଅଜୟପ୍ରତାପ ସ୍ବାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହ ଲତାପଣ୍ଡା, ବ୍ଲକ ଅଧ୍ୟକ୍ଷ ସୂର୍ଯୟନାରାୟଣ ପଣ୍ଡା, ଉପାଧ୍ୟକ୍ଷା ବବିତା ରାଉଳ, ତହସିଲଦାର ଡ.ଇପ୍ସିତା ପ୍ରିୟ ଦର୍ଶିନୀ ମିଶ୍ର ପ୍ରମୁଖ ମଞ୍ଚାସିନ ରହି ପରୀ ପାଇଁ କଥା ଟିଏ ର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ।ଛତ୍ରପୁର ଡିଏସପି ଦିଲ୍ଲୀପ କୁମାର ଦାଶ, ପୁରୁଷୋତ୍ତମପୁର ଏସ୍ଡିପିଓ ଅଶ୍ବିନୀ କୁମାର ସାହୁ, ଥାନା ଅଧିକାରୀ ଅଜୟକୁମାର ବାରିକ ଙ୍କ ତ୍ତାବଧାନରେ ଆୟଜିତ କାର୍ଯ୍ୟ କ୍ରମରେ ବୁଦ୍ଧିଜୀବୀ, ଜନପ୍ରତିନିଧି, ଆଇନଜୀବି, ବରିଷ୍ଠ ନାଗରିକ ସଙ୍ଘ, ମହିଳା ସ୍ବୟଂ ସହାୟକ ସଙ୍ଘ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସ୍ୱପ୍ନେଶ୍ୱର ଯୁବକ ସଙ୍ଘ, କପିଳେଶ୍ୱର ବଣିକସଙ୍ଘ, ମା କନକେଶ୍ବରୀ ଅଟୋ ସଙ୍ଘ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *