ଗଞ୍ଜାମ

ପୁରୁଷୋତ୍ତମପୁରରେ ତୈଳ ଦର ବୃଦ୍ଧି ପ୍ରତିବାଦ

ପୁରୁଷୋତ୍ତମପୁର,୯/୯ (ଓଡିଆ ପୁଅ/ସୁଦାମ ମହାରଣା) ତୈଳଦର ବୃଦ୍ଧି ପ୍ରତିବାଦରେ ପୁରୁଷୋତ୍ତମପୁର ବିଜୁ ଜନତା ଦଳ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯାଇଛି। ବରିଷ୍ଠ ବିଜେଡି ନେତା ବାଉରୀ ପଣ୍ଡାଙ୍କ ନେତୃତ୍ୱରେ ଡାକ ବଙ୍ଗଳାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନାରେ ଧାରଣା ଦେଇଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଜିଲ୍ଲା ବିଜେଡି ଉପସଭାପତି ଗୌରୀଶଙ୍କର ରାଉଳ, ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦର୍ ଦାଶ, ଏନ୍ଏସି ଅଧ୍ୟକ୍ଷା ୱାଇ ରାଣୀ କୁମାରୀ, କାଉସିଲର ଅଶୋକ କୁମାର ମହାକୁଡ, ସରକାରୀ ଓକିଲ ପ୍ରକାଶ ତ୍ରିପାଠୀ, କୃଷ୍ଣ ଗୌଡ, ଅରଖପୁର ସରପଞ୍ଚ ଝୁନୁ ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ଅନାଦି ବେହେରା ସମେତ ବହୁ କର୍ମୀ ଧାରଣାରେ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top