ଓଡ଼ିଶା

ପୁରୁଣା ରାସ୍ତାକୁ ମରାମତି କରି “ବିଜୁ ଏକ୍ସପ୍ରେସ ୱେ” ନାମକରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ : ବିଜେପି

ମୁଖ୍ୟମନ୍ତ୍ରୀ “ବିଜୁ ଏକ୍ସପ୍ରେସ ୱେ”ର ଲୋକାର୍ପଣ କରିବା ପ୍ରସଙ୍ଗରେ :
– ମୁଖ୍ୟମନ୍ତ୍ରୀ ପୁରୁଣା ରାସ୍ତାକୁ ମରାମତି କରି ନୂଆ ଏକ୍ସପ୍ରେସ ୱେ ରାସ୍ତା ଉଦଘାଟନ କରିବାର ଡ୍ରାମା କରୁଛନ୍ତି
– ରାଉରକେଲା – ସମ୍ବଲପୁର ୧୬୩ କିମିର ରାସ୍ତାକୁ ଲୋକାର୍ପଣ କରିଛନ୍ତି ତାହା ପୂର୍ବରୁ ରାଜ୍ୟ ରାଜମାର୍ଗ ଥିଲା
– ବିଜୁ ଏକ୍ସପ୍ରେସ ୱେ ନାମରେ ବିଭିନ୍ନ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି
– ମିଥ୍ୟା ପ୍ରଚାର କରି ମୁଖ୍ୟମନ୍ତ୍ରୀ ନିଜର ଆତ୍ମ ପ୍ରଚାର କରିବା କେତେ ଦୂର ଯଥାର୍ଥ ତାହାର ଉତର ଆଗାମୀ ଦିନରେ ରାଜ୍ୟବାସୀ ଦେବେ
– ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଓଡିଶାର ବିକାଶ ପାଇଁ ବଦ୍ଧ ପରିକର

ଭୁବନେଶ୍ୱର, ତା ୧୨/୦୩ (ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିବାକୁ ପ୍ରୟାସ କରିଛନ୍ତି। ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନାମରେ ବିଜୁ ଏକ୍ସପ୍ରେସ ୱେ ଘୋଷଣା କରି କେବଳ ମିଥ୍ୟା ତଥ୍ୟ ଦେଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମୁଖ୍ୟମନ୍ତ୍ରୀ ପୁରୁଣା ରାସ୍ତାକୁ ମରାମତି କରି ନୂଆ ଏକ୍ସପ୍ରେସ ୱେ ରାସ୍ତା ଉଦଘାଟନ କରିବାର ଡ୍ରାମା କରୁଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଯେଉଁ ରାଉରକେଲା – ସମ୍ବଲପୁର ୧୬୩ କିମିର ରାସ୍ତାକୁ ଲୋକାର୍ପଣ କରିଛନ୍ତି ତାହା ପୂର୍ବରୁ ରାଜ୍ୟ ରାଜମାର୍ଗ ଥିଲା। ପୁରୁଣା ରାସ୍ତାକୁ ନୁଆ ନାମ ବିଜୁ ଏକ୍ସପ୍ରେସ ୱେ ରେ ନାମିତ କରିିଲୋକାର୍ପଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ବିଜୁ ଏକ୍ସପ୍ରେସ ୱେ ନାମରେ ବିଭିନ୍ନ ମିଥ୍ୟା ତଥ୍ୟ ପ୍ରଦାନ କରାଯାଇଛି। ବାସ୍ତବରେ ଜାତୀୟ ରାଜମାର୍ଗ ଉପରେ କିଛି ପୁରୁଣା ରାସ୍ତାକୁ ମରାମତି ଏବଂ ନବୀକରଣ କରି ନୂଆ ବିଜୁ ଏକ୍ସପ୍ରେସ ୱେ ରେ ନାମିତ କରାଯାଇଛି। ତଥାକଥିତ ବିଜୁ ଏକ୍ସପ୍ରେସ ୱେରେ ୧୮୩ କିମିର ଜାତୀୟ ରାଜମାର୍ଗ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସଡକ ଯୋଜନାରେ ଚାନ୍ଦିନୀ- ବୋରିଗମା ଜାତୀୟ ରାଜମାର୍ଗ ନମ୍ବର -୬୩ରେ ରହିଛି ୪୧ କିମି। ସେହିପରି ବୋରିଗମା – ଆମପାଣି ଜାତୀୟ ରାଜମାର୍ଗ ନମ୍ବର -୨୬ ରେ ରହିଛି ୫୯ କିମି.। ଘଟିପଡା – ନୂଆପଡା ଜାତୀୟ ରାଜମାର୍ଗ ନମ୍ବର -୩୫୩ରେ ୯ କିମି ରହିଛି। ଅନ୍ୟପଟେ ସୋହେଲା – ସମ୍ବଲପୁର ଜାତୀୟ ରାଜମାର୍ଗ ନମ୍ବର ୫୩ରେ ୭୪ କିମି ରହିଛି। ଏହିପରି ମୋଟ ଜାତୀୟ ରାଜମାର୍ଗର ଦୈର୍ଘ୍ୟ ୧୮୩ କମି ରୁ ଅଧିକ ରହିଛି।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ଓଡିଶାର ବିକାଶ ପାଇଁ ବଦ୍ଧ ପରିକର। ରାଜ୍ୟରେ ନୂତନ ଜାତୀୟ ରାଜମାର୍ଗ ନିର୍ମାଣ ସହ ଉନ୍ନତୀକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବଦାନ ଅତୁଳନୀୟ। କିନ୍ତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କେବଳ କେନ୍ଦ୍ରସରକାରଙ୍କ କାର୍ଯ୍ୟକୁ ଲୋକାର୍ପଣ କରି ନିଜେ ବାହା ବାହା ନେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ରାଜ୍ୟରେ ବିଭିନ୍ନ ଗ୍ରାମକୁ ଏଯାବତ୍ ରାସ୍ତା ନଥିବା ବେଳେ କେବଳ ମିଥ୍ୟା ପ୍ରଚାର କରି ମୁଖ୍ୟମନ୍ତ୍ରୀ ନିଜର ଆତ୍ମ ପ୍ରଚାର କରିବା କେତେ ଦୂର ଯଥାର୍ଥ ତାହାର ଉତର ଆଗାମୀ ଦିନରେ ରାଜ୍ୟବାସୀ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। (ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top