ଜିଲ୍ଲା ପରିକ୍ରମା

ପୁରୁଣାବଜାର ଠାରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୁରୁଣାବଜାର ଠାରେ ସ୍ଥାନୀୟ ଯୁବକମାନଙ୍କ ତରଫରୁ କାଶ୍ମୀରର କଠୁଆ ଠାରେ ଘଟିଥିବା ୮ ବର୍ଷର ନାବାଳିକା ଓ ଉତ୍ତର ପ୍ରଦେଶର ରନାଓ ଠାରେ ହୋଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମର ପ୍ରତିବାଦ କରି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଶତାଧିକ ଯୁବକ ହନିଫ୍ କ୍ଳବ ଠାରୁ କ୍ୟାଣ୍ଡେଲ ଧରି ଶୋଭାଯାତ୍ରାରେ ସହର ପରିକ୍ରାମ କରି ମଦିନା ମଇଦାନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ହାଜି ମହମ୍ମଦ ଅବଦୁଲ ବାରି ମୁଖ୍ୟ ଅତିଥି ଭାବେ ଏକ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇ ଏଭଳି ସ୍ପର୍ଶକାତର ଘଟଣାକୁ ତୀବ୍ର ନିନ୍ଦା କରିଥିଲେ। ଏହି ଶୋଭାଯାତ୍ରାରେ ଫରିଆଜ ଖାଁ, ସେକ୍ ସାଜିଦ୍ ହବିବ୍, ସାଦବ କାଦ୍ରୀ, ଆସିଫ୍ ଅଲ୍ଳୀ, ମଦମ୍ମଦ ସାହେବୁର ରହେମାନ ପ୍ରମୁଖ ନେତୃତ୍ୱ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top