ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ

ପୁରୀ, ୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର ତଥା ପ୍ରମୁକ ତୀର୍ଥକ୍ଷେତ୍ର ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡୁଥିଲେ ମଧ୍ୟ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ନିରବଦଷ୍ଟା ସାଜିଥିବା କୁହାଯାଇଛି। ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱରେ ବେଆଇନ୍ ପାର୍କୀିଙ୍ଗ ଯୋଗୁଁ ସାଧାରଣ ଚଳପ୍ରଚଳରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଯ ଦ୍ୱାରା ସହରରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ସହରରେ ନାମକୁ ମାତ୍ର ୨ ଟି ରାସ୍ତାକୁ ଏକମୁୂଖୀ ରାସ୍ତା ଘୋଷଣା କରାଯାଇଥିଲେ ମଧ୍ୟ ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ଅଟୋ ଚଳାଚଳ କରୁଥିବା ଦେଖାଯାଏ। ଅଟୋଚାଳକ ମାନେ ୟୁନିଫର୍ମ ପିନ୍ଧିବା ସହ ପରିଚୟ ପତ୍ର ଲଗାଇବା ପାଇଁ ବାଧ୍ୟତା ମୂଳକ ଥିଲେ ମଧ୍ୟ ଅଟୋଚାଳକ ମାନେ ୟୁନିଫର୍ମ ଓ ପରିଚୟ ପତ୍ର ଲଗାଉନ ଥିଲେ ମଧ୍ୟ ସେମାନଙ୍କ ବିରୁଧରେ କୋଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନ ଥିବା ଅଭିଯୋଗ ହେଉଛି। ବାଇକ ଚଳାଳକ ମାନେ ହେଲମେଟ ଲଗାଉ ନଥିବା ସ ଓ କାର ଚାଳକ ସିଟ୍ ବେଲଟ ବ୍ୟବହାର କର ୁନ ଥିବା ଦେଖାଯାଏ। ଦିନ ବେଳା ବଡଦାଣ୍ଡକୁ ଭାରିଯାନ ଆସିବା ନିଷେଦ୍ଧ ଥିଲେ ମଧ୍ୟ ମାଉସିମା ମନ୍ଦିର ରାସ୍ତାରେ ଭାରିଯାନ ରହୁଥିବା ମଧ୍ୟ ଦେଖାଯାଏ। ଯାତ୍ରା, ପର୍ବ ଆଦି ସମୟରେ ଡାକ୍ତରଖାନା ଛକ ଦର୍ଜି ପୋଖରିୀ ଛକ, ମର୍ଚ୍ଚିକୋର୍ଟ ଛକ ଆଦି ସ୍ଥାନରେ ଘଂଟା ଘଂଟା ଧରି ଟ୍ରାଫିକ ଜାମ ରହୁଥିବା ଯୋଗୁଁ ପଥଚାରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।(ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *