ପୁରୀ ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ..ଭବାନୀଙ୍କ ଆକ୍ରମଣ ଘଟଣାର ନିରପକ୍ଷ ତଦନ୍ତ ଦାବି

ପୁରୀ, ୧୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ପୁରୀ ସହରରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଆଜି କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ କଂଗ୍ରେସ କମିଟି ସଂପାଦକ ସୁଜିତ ମହାପାତ୍ର ମତବ୍ୟକ୍ତ କରିଛନ୍ତି। କ୍ରମାଗତ ବିଜୁ ଜନତା ଦଳର ଶାସନ ଏଠାରେ ରହିଥିବା ଯୋଗୁଁ ସହରରେ ରାଜନୀତି ଅପରାଧୀକରଣରେ ପରିଣତ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ ପୁରୀର ବିଧାୟକ ତଥା ରାଜ୍ୟ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକଙ୍କ ଉପରେ ହୋଇଥିବା ଆକ୍ରମଣରେ ବିଜୁ ଜନତା ଦଳର ଲୋକଙ୍କ ହାତଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। ୱାର୍ଡ଼ ବିଭାଜନ ଓ ଅନ୍ୟାନ୍ୟ ଦୃଷ୍ଟି କୋଣରୁ ବ୍ୟକ୍ତିଗତ ସହାୟକ ଭବାନୀ ସାହୁଙ୍କର ଉପରେ ଆକ୍ରମଣ ଏହା ସୂଚନା ଦେଉଛି। ପୋଲିସ ନିରପେକ୍ଷ ତଦନ୍ତ କରିବା ସହ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ସବ୍ୟସାଚ୍ଚୀ ମହାପାତ୍ରଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରେମଜିତ ମହାନ୍ତି, ବିଶ୍ୱନାଥ ଦାସ, ଚନ୍ଦ୍ରଶେଖର କର, ସୁରେଶ ନାରାୟଣ ପତି ପ୍ରମୁଖ ଉପସ୍ଥିତ ଥିଲେ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *