ଓଡ଼ିଶା

ପୁରୀ ସଦର ବ୍ଲକ ଅନ୍ତର୍ଗତ ଦୁଇଟି ସ୍ଥାନରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ପୁରୀ, ୧୦-୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ସଦର ବ୍ଲକ ଅନ୍ତର୍ଗତ ଦୁଇଟି ସ୍ଥାନରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି। ବାଲିଗୁଆଳି ପଞ୍ଚାୟତ ଅର୍ନ୍ତଗତ ଗୋପାଳପୁର ପଡିଆ ଏବଂ ନରସିଂହପୁର ପଞ୍ଚାୟତ, ଭାର୍ଗବୀ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଭିଓ କନ୍ଫରେନ୍ସି ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ମଞ୍ଜୁର କରିବା ସହ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ଆହ୍ୱାନ ଦେଇଥିଲେ। ପୁରୀ ସଦର ବ୍ଲକ ଅନ୍ତର୍ଗତ ୨୫, ୨୬, ୨୭ ନମ୍ବର ଜୋନ୍ ଅନ୍ତର୍ଗତ ୧୯ଟି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ପାଇଁ ୪କୋଟି ୭୫ଲକ୍ଷ ଏବଂ ଅନ୍ୟ ୧୧ଟି ପଞ୍ଚାୟତ ପାଇଁ ୨କୋଟି ୭୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଗୋପାଳପୁର ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ସାଂସଦ ପିନାକୀ ମିଶ୍ର, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ, ଉପଜିଲ୍ଲାପାଳ ଭବତରଣ ସାହୁ, ପ୍ରାକ୍ତନ ଜିଲ୍ଲା ପରିଷଦ ଦିବାକର ପାତ୍ର ପ୍ରମୁଖ ସମେତ ୧୯ଟି ପଞ୍ଚାୟତର ଜନପ୍ରତିନିଧି, ବିଜୁ ଯୁବ ବାହିନୀ ସମେତ ୪ହଜାରରୁ ଉର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ପରିଷଦ ସୁବାଷ ସ୍ୱାଇଁ, ଶ୍ରୀପ୍ରକାଶ ମିଶ୍ର ସମେତ ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top