ଓଡ଼ିଶା

ପୁରୀ ରଥ ନିର୍ମାଣଲାଗି ପ୍ରଥମ ଥର ପାଇଁ ବୌଦ୍ଧଜିଲାରୁ କାଠ ଯିବ

ବୌଦ୍ଧ, ୧୯ା୦୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବିଶ୍ୱ ପ୍ରସିଦ୍ଧ ପୁରୀ ଘୋଷଯାତ୍ରା ରଥ ନର୍ମାଣ ପାଇଁ ବୌଦ୍ଧ ଜିଲ୍ଲା କୁ ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ ଆସିଥିବା ୫ ଜଣିଆ ଟିମ ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ବନଦୁର୍ଗା ମନ୍ଦିର ଠାରେ ପହଁଚି ପୁରୀ ଶ୍ରୀମନ୍ଦିରରୁ ଅଣାଯାଇଥିବା ଅଜ୍ଞାମାଳକୁ ପାରମ୍ପରିକ ରିତିନୀତି ଅନୁଯାୟୀ ପୁଜାର୍ଚ୍ଚନା ପରେ ପ୍ରଶାସନ ପକ୍ଷରୁ ଉପସ୍ଥିତ ଥିବା ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କୁ ଅର୍ପଣ କରିଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ଆସିଥିବା ସଦସ୍ୟଙ୍କ ସହ ବନବିଭାଗ ର ଅଧିକାରୀ ମାନେ ଆଡେଣିଗଡ ଫରେଷ୍ଟ ସେକସନର ପୋଢହଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚିହ୍ନଟ ହୋଇଥିବା ଏକ ଅସନ ବୃକ୍ଷ ମୂଳରେ ନାମ ସଂକିର୍ତନ ଓ ଭକ୍ତିଭାବାବେଗ ମୟ ପରିବେଶରେ ପୂଜାର୍ଚ୍ଚନା କରିବା ପରେ ଗଛ କଟା ଅନୁକୂଳ କରାଯାଇଥିଲା। ଜିଲ୍ଲାରୁ ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ରରେ ହେବାକୁ ଥିବା ରଥ ନିର୍ମାଣ ସକାଶେ କାଠ ଲାଗିବାର ସୌଭାଗ୍ୟ ମିଳିଥିବାରୁ ଏହାକୁ ନେଇ ସମଗ୍ର ଜିଲ୍ଲାରେ ଏକ ପ୍ରକାର ଉଳôଣ୍ଠା ପ୍ରକାଶ ପାଇଛି। ପୁରୀ ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ ପ୍ରସାଶକ ରବିନ୍ଦ୍ର ନାରାୟଣ ଦାସ,  ନିଯୋଗ ଅଧିକାରୀ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ୱାର୍କ ସରକାର କାର୍ତିକ ଭୋଇ,  ଭୁଇସରଧାର ରବି ଭୋଇ ପ୍ରମୁଖ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀ, ଏସିଏଫ ଦିଲ୍ଲିପ କୁମାର ସିଂ, ବନ୍ୟପ୍ରାଣୀ ତତ୍ୱାବଧାରକ ପ୍ରବୀର କୁମାର ଦାସ, ମାଧପୁର ବନାଂଚଳ ଅଧିକାରୀ ଭରତ କୁମାର ସାହୁଙ୍କ ସମେତ ଆଖପାଖ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଶ୍ରାଦ୍ଧାଳୁ ଯୋଗଦେଇଥିଲେ। ଏହି ଟିମ ଜଙ୍ଗଲରେ ତିନିଦିନ ରଥ ନିର୍ମାଣ ପାଇଁ ଗଛ ଚିହ୍ନଟ କରିବାପରେ ୧୫ ଦିନ ମଧ୍ୟରେ ଏହାକୁ କାଟି ନେବାର ବ୍ୟବସ୍ଥା କରିବେ ବୋଲି ସୂଚନା ଦିଆଯାଇଛି। ବୌଦ୍ଧଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୋଢହଳ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ରଥ ନିର୍ମାଣ ପାଇଁ ଉପଯୁକ୍ତ ୧୨୦ ଖଣ୍ଡ ଅସନ ଓ ୧୩୬ ଖଣ୍ଡ ଧଉରା ଗଛ ଚିହ୍ନଟ କରି ବିଧି ଅନୁଯାୟୀ କାଟିବେ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀସେଠୀ ସୂଚନା ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟଯେ, ଆଗାମୀ ଦିନରେ ରଥ ନିର୍ମାଣ ପାଇଁ କାଠର ଅଭାବ ପୂରଣ ଲକ୍ଷ୍ୟରେ ପୁରୀ ଗଜପତି ମହାରାଜଙ୍କ ଉଦ୍ୟମକ୍ରମେ ବୌଦ୍ଧ ଜିଲାର ମହାନଦୀ ଓ ସାଲୁଙ୍କି ନଦୀ କୂଳରେ ଜଗନ୍ନାଥ ବନପକ୍ରଳ୍ପ ସୃଷ୍ଟି କରାଯାଇଛି। ବୌଦ୍ଧ ବନଖଣ୍ଡର ପ୍ରତ୍ୟକ୍ଷ ତତ୍ୱାବଧାନରେ ସୃଷ୍ଟି ହୋଇଥିବା ଏହି ଜଗନ୍ନାଥ ବନ ପ୍ରକଳ୍ପ ଏବେ ଜିଲାକୁ ପର୍ଯ୍ୟଟକମାନଙ୍କୁ ମଧ୍ୟ ଆକର୍ଷିତ କରୁଛି। ତେଣୁ ଆଗାମୀ ଦିନରେ ପୁରୀ ରଥ ନିର୍ମାଣର ସମସ୍ତ ଆବଶ୍ୟକତାକୁ ବୌଦ୍ଧଜିଲା ପୂରଣ କରିପାରିବ ବୋଲି ଜଣାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top