ଓଡ଼ିଶା

ପୁରୀ ମହିଳା ସମାବେଶରେ ଯୋଗ ଦେବା ପାଇଁ ଆସନ୍ତା ୨୪ରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା

– ମହିଳା ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହତକର
– ମହିଳାଙ୍କ ଅଧିକାର ଏବଂ ମହିଳା ସୁରକ୍ଷା ହେବ ସମାବେଶର ମୁଖ୍ୟ ପ୍ରସଙ୍ଗ
– ଆସନ୍ତା ୨୩, ୨୪ ଓ ୨୫ରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତି ବୈଠକ
– ୨୩ରେ ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ

ଭୁବନେଶ୍ୱର, ତା ୧୧/୦୯ (ଓଡ଼ିଆ ପୁଅ) : ରାଜ୍ୟରେ ମହିଳାଙ୍କ ଅଧିକାର ଏବଂ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ଆଗାମୀ ୨୩, ୨୪ ଓ ୨୫ ତାରିଖରେ ପୁରୀଠାରେ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସମିତି ବୈଠକ ଅନୁଷ୍ଠିତ ହେବ। ୨୩ ତାରିଖ ଦିନ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ ଏବଂ ୨୪ ତାରିଖ ଦିନ ବିଶାଳ ମହିଳା ସମାବେଶ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି।

ଆସନ୍ତା ୨୩ ତାରିଖ ଦିନ ହେବାକୁ ଥିବା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକରେ କେନ୍ଦ୍ର ଓ ରାଜ୍ୟ ମହିଳା ମୋର୍ଚ୍ଚାର ସମସ୍ତ ପଦାଧିକାରୀ, ମହିଳା କେନ୍ଦ୍ରମନ୍ତ୍ରୀ ଓ ସାସଂଦଙ୍କ ସମେତ ସମସ୍ତ ରାଜ୍ୟର ମହିଳା ସଭାନେତ୍ରୀ ତଥା ସାଧାରଣ ସଂପାଦିକା ମାନେ ଯୋଗ ଦେବେ। ସେହିପରି ଆସନ୍ତା ୨୪ ତାରିଖ ଦିନ ହେବାକୁ ଥିବା ବିଶାଳ ମହିଳା ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଏବଂ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହତକର ଯୋଗଦେବେ। ଏହି ଅବସରରେ ଶ୍ରୀ ଶାହା ମହିଳା ସମାବେଶକୁ ଉଦବୋଧନ ଦେବା ସହ ରାଷ୍ଟ୍ରୀୟ କାର୍ଯ୍ୟ ସମିତିର ଉଦଘାଟନ କରିବେ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।

ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ମା’ ଉଉଣୀମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି। ଶାସକ ବିଜେଡି ମହିଳାଙ୍କୁ ସମ୍ମାନ ଦେବାର ନାରା ଦେଇ ସବୁ ସମୟରେ ଅପମାନିତ କରି ଚାଲିଛି। ଏପରିକି ମୁ୍ରଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟରେ ରହି ଶାସକ ଦଳର ନେତା ଓ କର୍ମୀମାନେ ଦୁଷ୍କର୍ମ ଭଳି ହୀନ କାର୍ଯ୍ୟ କରିଚାଲିଛନ୍ତି। ନାରୀ ଏଠି ନ୍ୟାୟ ନପାଇ ନିଜ ଜୀବନ ହାରୁଛି। ରାଜ୍ୟସରକାର ଗାଁ ଗାଁ ରେ ମଦ ଦୋକାନ ଖୋଲି ମଦର ବନ୍ୟା କରୁଥିବାରୁ ଘରୋଇ ମହିଳା ହିଂସା ବଢିବାରେ ଲାଗିଛି। ଅସାମାଜିକ ଯୁବକ ମାନେ ମାତାଲ ହୋଇ ନାବାଳିକାମାନଙ୍କ ସହ ଦୁଷ୍କର୍ମ କରିଚାଲିଛନ୍ତି। ନାବାଳିକା ଦୁଷ୍କର୍ମ, ଘରୋଇ ହିଂସା, ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରିବା ଘଟଣା ପ୍ରତିଦିନ ଖବର କାଗଜର ପୃଷ୍ଠା ମଣ୍ଡନ କରୁଥିଲେ ବି ରାଜ୍ୟ ସରକାର ଚୁପ୍ ରହି କେବଳ ନୀରବଦଷ୍ଟ୍ରା ସାଜିଛନ୍ତି। ମହିଳା ସୁରକ୍ଷା ଯାତ୍ରା ସମୟରେ ରାଜ୍ୟ ମହିଳା ମୋର୍ଚ୍ଚାର ନେତ୍ରୀମାନେ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ମହିଳାଙ୍କ ଦୁଃଖରେ ସାମିଲ ହେବା ସହ ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହୋଇଥିଲେ। ଆଗାମୀ ଦିନରେ ରାଜ୍ୟର ମହିଳାମାନେ ସ୍ୱତଃପ୍ରବୃତ ଭାବେ ଏହି ମହିଳା ବିରୋଧୀ ସରକାରକୁ ମୂଳୋତ୍ପାଟନ କରିବାର ସଂକଳ୍ପ ନେଇଛନ୍ତି ବୋଲି ଶ୍ରୀମତୀ ପରିଡା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାସଂଦ ଶ୍ରୀମତୀ ସଂଗୀତା ସିଂହଦେଓ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top