ପୁରୀ-ଭୁବନେଶ୍ୱର ବସ ମାଲିକ ବିବାଦ: ବସ ଚଳାଚଳ ଠପ: ଯାତ୍ରୀ ହନ୍ତସନ୍ତ

ପୁରୀ:୧୧/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସମୟ ନିର୍ଦ୍ଧାରଣରେ ବସ ଚାଲିବାକୁ ନେଇ ପୁରୀ-ଭୁବନେଶ୍ୱର ବସ ମାଲିକ ସଂଘ ବିବାଦ ତୀବ୍ର ହେବାରେ ଲାଗିଛି। ଫଳରେ ପୁରୀ-ଭୁବନେଶ୍ୱର ବସ ଚଳାଚଳ ମଙ୍ଗଳବାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହା ଯୋଗୁ ଦୂର ଦୂରାନ୍ତକୁ ଯିବାକୁ ଯାତ୍ରୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସମୟ ଅନୁଯାୟୀ ପୁରୀ-ଭୁବନେଶ୍ୱର ଷ୍ଟାଣ୍ଡରୁ ବସ ଚଳାଚଳ କରିଥାଏ। ତେବେ ପୁରୀରୁ ଯାଉଥିବା ବସକୁ ଭୁବନେଶ୍ୱର ବସ ମାଲିକ ମାନେ ଷ୍ଟାଣ୍ଡରୁ ବସକୁ ସମୟ ଅନୁଯାୟୀ ପାଇନଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଭୁବନେଶ୍ୱର ଆସୁଥିବା ବସକୁ ମଧ୍ୟ ସମୟ ଅନୁଯାୟୀ ପୁରୀରୁ ଛାଡୁନଥିବା ଅଭିଯୋଗ ହେଉଛି। ଏପରିକି ଗତ ୭ତାରିଖ ଦିନ ଭୁବନେଶ୍ୱରରେ ପୁରୀର କେତେକ ବସକୁ ସେଠାରେ ଅଟକ ରଖିନେଇଥିଲେ। ପୁରୀରୁ ଯାଉଥିବା ବସକୁ ବରମୁଣ୍ଡା ବସଷ୍ଟାଣ୍ଡରେ ଅଟକ ରଖାଯାଉଥିବା ପୁରୀ ବସ ମାଲିକ ସଂଘ। ଏହି ବିବାଦକୁ ନେଇ ସୋମବାର ଉଭୟ ମାଲିକ ସଂଘ ମଧ୍ୟରେ ଭୁବନେଶ୍ୱରରେ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ କୌଣସି କଥା ସମାଧାନ ହୋଇନଥିଲା। ତେଣୁ ମଙ୍ଗଳବାର ପୁରୀରୁ ଭୁବନେଶ୍ୱର ଯାଉଥିବା ବସକୁ ବନ୍ଦ କରିଦେଇଛନ୍ତି ମାଲିକମାନେ। ଏପରି ପୁରୀରୁ କଟକ ଯାଉଥିବା ଗାଡିକୁ ଭୁବନେଶ୍ୱର ବସମାଲିକ ସଂଘ ମାନେ କଳ୍ପନା ଛକରେ ଯାତ୍ରୀଙ୍କଚ ଓହ୍ଲାଇ ଦେଉଥିବା ଅଭିଯୋଗ ହୋଇଛି। ତେଣୁ ପୁରୀରୁ ଭୁବନେଶ୍ୱର ଓ କଟକକୁ କୌଣସି ବସ ଚଳାଚଳ କରୁନାହିଁ। ଫଳରେ ସାଧାରଣ ଯାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପ୍ରଶାସନ ଏହାର ସମାଧାନ ନକଲେ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସ୍ପଷ୍ଟ କରିଛି ପୁରୀ ବସ ମାଲିକ ସଂଘ। ଅନ୍ୟପଟେ ଯାତ୍ରୀମାନେ ଏଭଳି ବସ ବନ୍ଦକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *