ଓଡ଼ିଶା

ପୁରୀ ପରବ ଉତ୍ସବ

ପୁରୀ:୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ନିର୍ମାଲ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରୀ ପରବ ଉତ୍ସବ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ସମ୍ ହସ୍ପିଟାଲ ନିର୍ଦ୍ଦେଶକ ଡଃ. ଅଶୋକ ମହାପାତ୍ର, ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶ୍ରୀ ସଦାଶିବ ପରିସର ଅଧ୍ୟକ୍ଷ ପ୍ରଫେସର ଅତୁଲ କୁମାର ନନ୍ଦ, ଆୟକର କମିଶନର ଶରତ ଦାସ, ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ଆଇନଜୀବୀ ଚିନ୍ମୟ ମହାନ୍ତି, ତରଙ୍ଗ ଚ୍ୟାନେଲ ମୁଖ୍ୟ ଶ୍ୟାମ ପ୍ରକାଶ ମିଶ୍ର ଓ ଅନ୍ ମୋଲ କମ୍ପାନୀ ରିଜନାଲ ବିକ୍ରି ପରିଚାଳକ ଘଟେଶ୍ୱର ଦକ୍ଷିଣ କବାଟ ଅତିଥି ଭାବେ ଯୋଗ ଦେଇଥିଲେ। କଥାକାର ବଦ୍ରି ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ବିଶ୍ୱନାଥ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ବନ ବିହାରୀ ନାୟକ, ନୀଳକଣ୍ଠ ମିଶ୍ର, ନିର୍ଦ୍ଦେଶକ ବିଶ୍ୱନାଥ ମହାପାତ୍ର, ଅଭିନେତା ବିପିନ୍ ଗୋଚ୍ଛିକାର, ନିର୍ଦ୍ଦେଶକ ପ୍ରିୟବ୍ରତ ଧୀର, ପ୍ରଫେସର ଜଗବନ୍ଧୁ ମିଶ୍ର, ସାମ୍ବାଦିକ ପ୍ରଦୀପ ମହାନ୍ତି, ସମାଜସେବୀ ବିଶ୍ୱନାଥଥ ବରାଳ, ଅଭିନାଶ ନନ୍ଦଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚକ୍ରଧର ମହାପାତ୍ର ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ। ବିଷ୍ଣୁମୋହନ କବି ଅମ୍ରିତା ଭାରତୀ ପଣ୍ଡା, ଅନନ୍ୟା ଶ୍ରୀତମ ନନ୍ଦ, ରାଜେନ୍ଦ୍ର ମିଶ୍ର ଓ ରୂପକଙ୍କ ସଙ୍ଗୀତ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। ଓଡିଆ ଚଳଚ୍ଚିତ୍ର ଅଭିନେତା ଶଙ୍କର ବସୁ ମଲ୍ଲିକ, ମନୋଜ ମିଶ୍ର, ଟେଲି ପ୍ରଯୋଜକ ବିନି ସାମଲ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଓ ଅଭିନେତ୍ରୀ ମମତା ନନ୍ଦ ମୁଖ୍ୟ ଆକର୍ଷଣ ସାଜିଥିଲେ। ପ୍ରେରଣା ଓ ଅଶ୍ୱିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top