ଆମ ସଂସ୍କୃତି, କଳା ଓ ଐତିହ୍ୟ

ପୁରୀ: ଝୁଲଣ ପ୍ରସ୍ତୁତି

ପୁରୀ:୧୮/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଶ୍ରାବଣ ଦଶମୀ ତିଥିରେ ଆରମ୍ଭ ହେବ ଶ୍ରୀମନ୍ଦିର ସମେତ ମଠବାଡିରେ ପ୍ରସିଦ୍ଧ ଝୁଲଣ ଯାତ। ଏଥିପାଇଁ ମଠବାଡିଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କେଉଁଠି ଝୁଲଣ କୁଞ୍ଜ ତିଆରି ଚାଲିଛିତ ଆଉ କେଉଁଠି କୁଞ୍ଜକୁ ଆକର୍ଷଣୀୟ ଭାବେ ସଜାଇବା କାର୍ଯ୍ୟ ଆରମ୍ଭ ହୋଇଛି। ୭ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଶ୍ରୀମନ୍ଦିର ସମେତ ମଠ ବାଡିଗୁଡିକରେ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଏବେ ଜୋରଦାର। ପ୍ରାବୃତରାସ ବା ବର୍ଷା ଋତୁର ଭାବମୟ ଉତ୍ସବ ହେଉଛି ଝୁଲଣ ଯାତ୍ରା। ଏହି କାରଣରୁ ବର୍ଷା ଋତୁରେ ମଧୁମେୟ ହ୍ରାସ ସୁଧ ଗୌଡୟ ପରମ୍ପରାର ମାଧ୍ୟମରେ ଆସିଛି। ଏଥିପାଇଁ କର୍ମ ତତ୍ପର ହୋଇ ପଡିଛି ମଠବାଡିଗୁଡିକ। ପ୍ରତ୍ୟେକ ମଠରେ ଚାଲିଛି ଝୁଲଣ କୁଞ୍ଜ ତିଆରି। ସଖୀ, ଓଲଟ ସଖୀ, ପଶୁପକ୍ଷୀ, ଶୁଆଶାରୀ, ବୁଢ଼ାବୁଢ଼ୀ, ପିଲଣ, ଖମ୍ବ, ବାଙ୍କ ଆଦି ଝୁଲଣ କୁଞ୍ଜ ପାଇଁ ଏବେ ପ୍ରସ୍ତୁତି ଚାଲିଛି। ଜଗନ୍ନାଥ ବଲ୍ଲଭ ମଠରେ ପରମ୍ପରା ଗତ ଭାବେ କାରୀଗରମାନେ ଏହି ଝୁଲଣ କୁଞ୍ଜ ପ୍ରସ୍ତୁତ କରୁଛନ୍ତି। ସହରରେ ଥିବା ରାଧାଶ୍ୟାମ ମଠ, ପାପୁଡିଆ ମଠ, ଜିଅର ସ୍ୱାମୀ ମଠ, ଏମାର ମଠ, ଗୌଡ ବିହାର, ରାଧାକାନ୍ତ ମଠ, ଝାଞ୍ଜପୀଠ ମଠ ସମେତ ଅନ୍ୟାନ୍ୟ ବ୍ରେଷ୍ଣବ ଓ ସମ୍ପ୍ରଦାୟ ମଠବାଡିରେ ଝୁଲଣ ଯାତ୍ରା ପାଇଁ କରାଯାଉଛି ବ୍ୟାପକ ସାଜସଜ୍ଜା। କୁଞ୍ଜକୁ ଆକର୍ଷଣୀୟ ଭାବେ ସଜ୍ଜିତ କରୁଛନ୍ତି ସାଧୁସନ୍ଥ। ଡାଳି, ଲତା, ପଶୁପକ୍ଷୀ ଏବଂ ସଖୀମାନଙ୍କ ସମାଗମରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ବର୍ଷାକାଳୀନ ରାସସ ସ୍ଥଳୀ ଝୁଲଣ କୁଞ୍ଜ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top